Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହସ୍ପିଟାଲ୍‌ରେ କରୋନା ବିସ୍ପୋରଣ, ୨୩ ଏମ୍‌ବିବିଏସ୍‌ ଛାତ୍ର କରୋନାରେ ସଂକ୍ରମିତ, ସମସ୍ତେ ନେଇଥିଲେ ଭ୍ୟାକ୍‌ସିନ୍‌

30/09/2021 at 4:18 PM

ମୁମ୍ୱାଇ, ୩୦/୦୯: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ୱାଇର କେଇଏମ୍‌ ହସ୍ପିଟାଲ୍‌ରେ ୨୩ ଜଣ ଏମ୍‌ବିବିଏସ୍‌ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏ ସମସ୍ତ ଛାତ୍ର ପୂର୍ବରୁ ଭାକ୍‌ସିନ୍‌ ନେଇଛନ୍ତି । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ମୁତାବିକ ୨୩ ଛାତ୍ରଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ମଧ୍ୟରେ କରୋନାର ଲକ୍ଷଣ କମ୍‌ ଦେଖବାକୁ ମିଳଛି । ଆଉ କିଛିଙ୍କ ଠାରେ କରୋନାର ଲକ୍ଷଣ ଅଧିକ ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସେଭେନ୍‌ ହିଲ୍ସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ କ୍ୱାରେଣ୍ଟିନ୍‌ରେ ରହିଛନ୍ତି ।

ମୁମ୍ୱାଇର ମେୟର କିଶୋରି ପେଡନେକର ଏ ନେଇ କହିଛନ୍ତି ଯେ, କଲେଜ୍‌ ଭିତରେ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ୱା ଖେଳ ସମାରୋହ କାରଣରୁ ବ୍ୟାପିଛି । କେଇଏମ୍‌ ହସ୍ପିଟାଲ୍‌ ମୁମ୍ୱାଇର ବଡ଼ ବଡ଼ ହସ୍ପିଟାଲ୍‌ମାନଙ୍କ ମଧ୍ୟରେ ସାମିଲ୍ । ଏହି ହସ୍ପିଟାଲରେ କରୋନା ରୋଗୀଙ୍କ ସମ୍ମାନ କରିବା ପାଇଁ ବାୟୁସେନା ଫୁଲ ବର୍ଷା କରିଥିଲା ।  

   Related Posts