ଚୋରା ଚାଲାଣ ବେଳେ ୨୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | March 13, 2019 IST

ଆଡବା ୧୩|୩ : ଗଜପତି ଜିଲ୍ଲା ଆଡବା ଥାନା ବିରିକୋଟ ନିକଟରେ ଚଢାଉ କରି  ୨୩କେଜି ଗଂଜେଇ ଜବତ କରିଛି ପୋଲିସ । ଏହି ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରି ଥାନା ତବାରସାହି ଗାଁର ଥୋମାସ ମଣ୍ଡଳ । ଗତକାଲି ବିଳମ୍ବିତ ରାତିରେ ପୋଲିସ ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ବିରିକୋଟ ଗାଁ ନିକଟରେ ଥୋମାସ ୨ଟି ବ୍ୟାଗ୍ ଧରି ବସକୁ ଅପେକ୍ଷା କରିଥିଲେ । ପୋଲିସ ସନ୍ଦେହରେ ତାଙ୍କୁ ଜେରା କରିଥିଲା । ଯାଞ୍ଚ ପରେ ୨ଟି ବ୍ୟାଗ୍ ରେ ୨୩କିଲୋ ଗଂଜେଇ ବାହାରକୁ ଚାଲାଣ ହେଉଥିବା ଜଣାପଡିଥିଲା । ପୋଲିସ ଗଂଜେଇ ଜବତ କରିବା ସହ ଥୋମାସକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.