ମହିଳାଙ୍କୁ ଜିଅନ୍ତା ଗିଳିଗଲା ଅଜଗର ହେଲେ ହଜମ କରି ପାରିଲାନି : ସାପ ପେଟ କାଟି ମହିଳାଙ୍କୁ ବାହାର କଲେ ଗାଁଲୋକେ

Published By : Prameya-News7 Bureau | June 26, 2020 IST

ଜାକର୍ତ୍ତା ୨୬/୦୬ : ଜୁନ ୧୫ ତାରିଖରେ ୫୪ ବର୍ଷ ବୟସ୍କା ଇଣ୍ଡୋନେସିଆ ମହିଳାଙ୍କୁ ଏକ ୨୩ ଫୁଟ ଲମ୍ବ ଅଜଗର ସାପ ଗିଳିଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା | ୱା ତିବା ନାମକ ମହିଳା ଜୁନ ୧୪ ତାରିଖରେ ନିଜ ଗାଁ ଛାଡି ନିଜ କ୍ଷେତକୁ ଯାଇଥିଲେ | କ୍ଷେତ ତାଙ୍କ ଘର ଠାରୁ ଅଧା ମାଇଲ ଦୂରରେ ଥିଲା | ସେ ବନ୍ୟଜନ୍ତୁ ଚାଷ ନଷ୍ଟ କରି ଦେଉଥିବାରୁ ସେ ଚେକ କରିବାକୁ କ୍ଷେତକୁ ଯାଇଥିଲେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି | ଆରଦିନ ସକାଳ ପର୍ଯ୍ୟନ୍ତ ତିବା ଘରକୁ ନ ଫେରିବାରୁ ତାଙ୍କ ଭଉଣୀ ତାଙ୍କୁ ଖୋଜିବାକୁ କ୍ଷେତକୁ ଯାଇଥିଲେ | କିନ୍ତୁ ସେ ସେଠାରେ ନିଜ ଭଉଣୀଙ୍କୁ ପାଇନଥିଲେ | କିନ୍ତୁ ତିବାଙ୍କ ଚପଲ, ଟର୍ଚ୍ଚ ଲାଇଟ ଆଉ କିଛି ଜିନିଷ ସେଠାରେ ପଡିଥିଲା | ତୁରନ୍ତ ଗାଁ ଲୋକେ ତିବାଙ୍କୁ ଖୋଜିବା ଆରମ୍ଭ କରିଥିଲେ | ଗାଁଲୋକେ ଏକ ୨୩ ଫୁଟ ଅଜଗରକୁ ଦେଖିଥିଲେ | ଅଜଗରର ପେଟ ଫୁଲିଥିବାର ଗାଁଲୋକେ ଦେଖି ତିବାଙ୍କୁ ଅଜଗର ଗିଳି ଦେଇଥିବା ସନ୍ଦେହ କରିଥିଲେ | ତିବାଙ୍କ ଜିନିଷ ଯେଉଁଠାରେ ପଡିଥିଲା ଅଜଗର ସେଠାରୁ ମାତ୍ର ୧୦୦ ଫୁଟ ଦୂରରେ ଥିଲା |

{"id":291895,"sizeSlug":"large"}

ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ତିବାଙ୍କୁ ଅଜଗର ଗିଳି ଦେଇଥିବା ସନ୍ଦେହ କରି ଗାଁଲୋକେ ଅଜଗରକୁ ମାରି ଦେଇଥିଲେ | ପୋଲିସ ଉପସ୍ଥିତିରେ ଗାଁଲୋକେ ଅଜଗରକୁ ସେହି କ୍ଷେତକୁ ନେଇ ମାରିଥିଲେ | ଅଜଗରକୁ ମାରିବା ପରେ ଗାଁଲୋକେ ଅଜଗରର ପେଟକୁ ଧୀରେ ଧୀରେ କାଟିଥିଲେ | ଅଜଗରର ପେଟ କାଟିବା ପରେ ତିବା ଅଜଗରରେ ପେଟରେ ହିଁ ଥିଲେ | ତିବାଙ୍କ ଶରୀର ତାଙ୍କ ପିନ୍ଧିଥିବା ପୋଷାକ ସହିତ ଥିଲା |  

{"id":291832,"sizeSlug":"large"}

ଏହିଭଳି ଅଜଗର ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳେ | ଏହିଭଳି ଅଜଗରଙ୍କ ଲମ୍ବ ପାଖାପାଖି ୨୫ ଫୁଟ ହୋଇଥିବାବେଳେ ଓଜନ ୧୨୦ ପାଉଣ୍ଡରୁ ଅଧିକ ରହିଥାଏ | ଏମାନେ ସାଧାରଣତଃ ନିଜ ଆକାରର ଏକ ତୃତୀୟାଂଶ ଜୀବକୁ ମାରିକି ଖାଇ ଯାଆନ୍ତି | ମାଙ୍କଡ, ଘୁଷୁରୀ ଭଳି ଜନ୍ତୁଙ୍କୁ ଏମାନେ ଜିଅନ୍ତା ଗିଳି ଯାଆନ୍ତି | ତେବେ ମାନବଙ୍କୁ ଖାଇବା ବହୁତ କମ ଦେଖାଦେଇଥାଏ | ଇଣ୍ଡୋନେସିଆରେ ବିଗତ କିଛି ବର୍ଷ ମଧ୍ୟରେ ଅଜଗର ଜିଅନ୍ତା ମଣିଷକୁ ଗୋଟା ଗିଳିଦେବା ଘଟଣା ଦ୍ୱିତୀୟ |

{"id":291902,"sizeSlug":"large"}

୨୦୧୭ ମସିହା ମାର୍ଚ୍ଚ ମାସରେ ଜଣେ ୨୫ ବର୍ଷ ବୟସ୍କ ଚାଷୀଙ୍କୁ ଅଜଗର ଏହିଭଳି ଜିଅନ୍ତା ଗିଳି ଦେଇଥିଲା | ଚାଷୀ ତାଙ୍କ ଚାଷଜମିରେ ଚାଷ କାମ କଲାବେଳେ ଅଜଗର ତାଙ୍କୁ ଗିଳି ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.