କୋଣାର୍କ ପୋଲିସ ଓ ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ : ୨୩ ଜଣ ଭିନ୍ନକ୍ଷମଙ୍କୁ କଲେ ଉଦ୍ଧାର

Published By : Prameya-News7 Bureau | November 04, 2020 IST

କୋଣାର୍କ ୪।୧୧: କୋଣାର୍କ ଆଖପାଖ ଅଞ୍ଚଳରେ ଥିବା ୨୩ ଜଣ ଭିନ୍ନକ୍ଷମଙ୍କୁ ଉଦ୍ଧାର କଲା । କୋଣାର୍କ ପୋଲିସ ଓ ଜିଲ୍ଲା ପ୍ରଶାସନ ଦୀର୍ଘ ଦିନ ହେବ କୋଣାର୍କ ଆଖପାଖ ଅଞ୍ଚଳରେ ବୁଲୁଥିବା ଭିନ୍ନକ୍ଷମମାନେ ଖାଦ୍ୟ ଅଭାବରେ ଘୁରି ବୁଲୁଥିବା କୋଣାର୍କ ପୋଲିସ ଦେଖିବା ପରେ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା କରି ଆଜି ରାମଚଣ୍ଡୀ, ଚନ୍ଦ୍ରଭାଗା, କୋଣାର୍କ ବଜାରରେ ବୁଲି ୨୩ ଜଣ ଭିନ୍ନକ୍ଷମମାନଙ୍କୁ ନେବା ଦେଖିବାକୁ ମିଳିଛି ।

{"id":355887,"sizeSlug":"large"}

ପ୍ରଥମେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜିଲ୍ଲା ବଡ ମେଡିକାଲରେ ପରୀକ୍ଷା ପରେ ଭିନ୍ନକ୍ଷମ ଭବନରେ ରଖାଯିବ ବୋଲି ସୂଚନା ମିଳିଛି । ଏପରି ଏକ ସୁଚିନ୍ତନ ପ୍ରୟାସରେ କୋଣାର୍କ ଅଞ୍ଚଳର ସମାଜସେବୀ ଏନ୍ ଅଂସାରୀ, ରାମକୃଷ୍ଣ ମାହାନ୍ତି, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଉପସ୍ଥିତ ରହି ଉକ୍ତ ୨୩ ଜଣ ଭିନ୍ନକ୍ଷମ ପୁରୁଷ ଓ ମହିଳାମାନଙ୍କ ପାଇଁ ଏକ ନୂଆ ଜୀବନ ଦେବାର ପ୍ରୟାସକୁ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରସଂଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.