ସେରାମିକ୍ ଇଣ୍ଡଷ୍ଟ୍ରିରେ ବିସ୍ଫୋରଣ: ୨୩ ମୃତ, ୧୩୦ ଆହତ, ମୃତକଙ୍କ ମଧ୍ୟରୁ ଅଛନ୍ତି ୧୮ ଜଣ ଭାରତୀୟ

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ୪/୧୨: ସୁଦାନରେ ଏକ ସେରାମିକ୍ ଇଣ୍ଡଷ୍ଟ୍ରିରେ ବିସ୍ଫୋରଣ ଘଟି ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମୃତକଙ୍କ ମଧ୍ୟରେ ଅଛନ୍ତି ୧୮ ଭାରତୀୟ । ଉତ୍ତର ଖୋର୍ତ୍ତୁମର ଏକ ଇଣ୍ଡଷ୍ଟ୍ରିଆଲ୍ ଏଷ୍ଟେଟରେ ଥିବା ଫ୍ୟାକ୍ଟ୍ରିରେ ଗ୍ୟାସ୍ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା ।  ଚାହୁଁଚାହୁଁ ସାରା ଫ୍ୟାକ୍ଟ୍ରି ଓ ଆଖପାଖ ଅଞ୍ଚଳରେ କଳା ଧୁଆଁ ବ୍ୟାପିଯାଇଥିଲା । ଭାରତୀୟ ଦୂତାବାସର ସୂଚନା ଅନୁସାରେ, ଏହି ଫ୍ୟାକ୍ଟ୍ରିରେ ପାଖାପାଖି ୭୦ ଜଣ ଭାରତୀୟ କାମ କରୁଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ବିହାର, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ।

ଘଟଣାରେ ୧୩୦ ଜଣ ଆହତ ହୋଇଛନ୍ତି । ତେବେ ୧୬ ଜଣ ଭାରତୀୟଙ୍କ ପତ୍ତା ମିଳୁନାହିଁ । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଫ୍ୟାକ୍ଟ୍ରିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ଏବଂ ସେଠାରେ ଆଉ କିଛି ଅତି ଦହନୀୟ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁ ଅଧିକ ଭୟଙ୍କର ରୂପ ଧାରଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.