Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମା’ କଡରେ ଶୋଇଥିଲା ଶିଶୁ: ତକିଆରେ ଚାପି ହୋଇ ଚାଲିଗଲା ୨୩ ଦିନର ନବଜାତର ଜୀବନ

20/09/2021 at 5:38 PM

କୋଲକାତା ୨୦/୦୯ : ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ମା’ କଡରେ ଶୋଇଥିବା ଶିଶୁ ତକିଆରେ ଚାପି ହୋଇଯିବାରୁ ନବଜାତର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ୨୩ ଦିନର ନବଜାତ ଶିଶୁ ମା’ କଡରେ ଶୋଇଥିଲା। ଶିଶୁର ମୁହଁ ତକିଆରେ ଚାପି ହୋଇଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିଶୁର ଜୀବନ ଚାଲିଯାଇଛି।

ପୂର୍ବ କୋଲକାତାର ପ୍ରଗତି ମୈଦାନ ଥାନା କ୍ଷେତ୍ରରେ ମାଧ୍ୟମଗ୍ରାମ ନିବାସୀ ଦିବାକର ମଣ୍ଡଳଙ୍କ ପତ୍ନୀ ଅପର୍ଣ୍ଣା ଦାସ ୨୩ ଦିନ ପୂର୍ବରୁ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ସେ ନିଜ ମା’ଙ୍କ ଘରେ ରହୁଥିଲେ। ଘଟଣା ଶନିବାର ଦିନର। ଅପର୍ଣ୍ଣା ଅପରାହ୍ନ ଭୋଜନ କରି ଶିଶୁ ସହ ଶୋଇପଡିଲେ। ସେ ଉଠିବା ବେଳକୁ ଶିଶୁ ଆଉ ଏ ଦୁନିଆରେ ନଥିଲା।

ଝିଅ କାଳେ ଖାତାରୁ ପଡିଯିବ ସେଥିପାଇଁ ସେ ତା’ କଡରେ ଦୁଇଟି ତକିଆ ରଖି ଦେଇଥିଲେ। ଯେତେବେଳେ ଆଖି ଖୋଲିଲା ସେ ଦେଖିଲେ ଝିଅ ତକିଆ ତଳେ ଚାପି ହୋଇଯାଇଛି। ସେ ତୁରନ୍ତ ଝିଅ ମୁହଁରୁ ତକିଆ କାଢ଼ିଦେଲେ। କିନ୍ତୁ ଶିଶୁ ଟିକିଏ ବି ଏପଟ ସେପଟ ହୋଇନଥିଲା।

ଏହା ଦେଖି ସେ ଛାନିଆ ହୋଇଗଲେ ଓ ପାଟି କରି ଘରଲୋକଙ୍କୁ ଡାକିଲେ। ଘରଲୋକ ଶିଶୁକୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ଶିଶୁକୁ ମୃତ ଘୋଷିତ କରିଥିଲେ। ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ସାମାନ୍ୟ ଅସାବଧାନତା ପାଇଁ ଝିଅକୁ ହରାଇ କାନ୍ଦି କାନ୍ଦି ମା’ ଅବସ୍ଥା ବେହାଲ।

ପୋଲିସ ଶିଶୁର ମୃତଦେହ ବ୍ୟବଛେଦ ପାଇଁ ପଠାଇଦେଇଥିଲା। ପ୍ରଗତି ମୈଦାନ ପୋଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରେକର୍ଡ କରିଛି। ପୋଲିସ ଘରଲୋକଙ୍କୁ ପଚରାଉଚୁରା କରୁଛି। ପୋଲିସ ଟିମ ମଧ୍ୟ ମାମଲାକୁ ଦୁର୍ଘଟଣା ବୋଲି କହିଛି।

   Related Posts