ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍

Published By : Prameya-News7 Bureau | April 13, 2021 IST

ପୁରୀ ୧୩।୪: ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ସେବାୟତ ଥିବାବେଳେ ସେମାନଙ୍କ ପରିବାରରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ଶ୍ରୀମନ୍ଦିର ନିକଟରେ ଥିବା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩ ଜଣ, ଜଗନ୍ନାଥ ଟେମ୍ପୁଲ ପୋଲିସରୁ ଜଣେ ଏବଂ ଜଣେ ମାଳୀ ପଜିଟିଭ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୯ ଜଣ ସଂକ୍ରମିତ ଡିହ୍ନଟ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୩୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୫୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୦୬୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୪୨୮୪୬୯ ସାମ୍ପୁଲ ଟେଷ୍ଟ୍ ହୋଇଛି । ସେପଟେ ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୯୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୪୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.