Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୧୧ଘଣ୍ଟା ପରେ ଉଦ୍ଧାର ହେଲେ ୨୩ ଶିଶୁ, ଦୁର୍ବୃତ୍ତକୁ ଏନ୍‌କାଉଣ୍ଟର କଲା ପୋଲିସ

31/01/2020 at 9:24 AM

ଫରୁକାବାଦ ୩୧।୧: ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୁର୍ବୃତ୍ତକୁ ଗୁଳି କରିଛି ।

ଦୁର୍ବୃତ୍ତ ଜଣଙ୍କ ନାଁ ସୁବାଷ ବାଥମ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଏଟିଏସ କମାଣ୍ଡୋ ଏବଂ ପୋଲିସ ପହଞ୍ଚି ଘର ଚାରିପଟେ ଘେର ରହିଥିଲେ । ଦୁର୍ବୃତ୍ତ ଜଣଙ୍କ ବିଧାୟକ ଏବଂ ଏସପିଙ୍କୁ ଗେଟ୍ ବାହାରେ ଡକାଇବା ପାଇଁ ଦାବି କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ଝିଅର ଜନ୍ମ ଦିନ ବାହାନାରେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ସବୁ ଶିଶୁ ଦ୍ବିପ୍ରହର ସେଠାର ପହଞ୍ଚିବା ପରେ ସେ ଭିତର ପଟୁ କବାଟ ବନ୍ଦ କରିଥିଲା । ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଜଣେ ମହିଳା ନିଜର ପିଲାକୁ ଆଣିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଭିତରେ ପିଲାମାନେ ବନ୍ଧକ ଅବସ୍ଥାରେ ଅଛନ୍ତି । 

ମହିଳା ଜଣଙ୍କ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଅପରାଧୀ ସୁଭାଷ ଆଗରେ ସୁରକ୍ଷାକର୍ମୀ ଉପାୟଶୂନ୍ୟ ହୋଇଥିଲେ । ସେ ଘର ଭିତରୁ ବୋମା ଏବଂ ଦେଶୀ ବନ୍ଧୁକକୁ ଫାଏରିଂ କରିବା ଆରମ୍ଭ କରିଥିଲା । ଏକ ବୋମା ବିସ୍ଫୋରଣରେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଦୁଇ ଜଣ ପୋଲିସକର୍ମୀ ଆହତ ମଧ୍ୟ ହୋଇଥିଲେ ।

   Related Posts