Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାନସଭାର ବାଚସ୍ପତି ନିର୍ବାଚନରେ କାହିଁକି ଅନୁପସ୍ଥିତ ରହିଲେ ବିଜେପିର ୨୩ ବିଧାୟକ, ଜାଣନ୍ତୁ

1/06/2019 at 7:03 PM

ଭୁବନେଶ୍ବର ୧|୬; ବାଚସ୍ପତି ହେଲେ ସୂର୍ଯ୍ୟନାରାୟଣ ପାତ୍ର।  ଆଜି ବାଚସ୍ପତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସୂର୍ଯ୍ୟପାତ୍ର ନାମ ପ୍ରସ୍ତାବ ଦେଇଥିବାବେଳେ ବିରୋଧୀ ପକ୍ଷରୁ କିଛି ପ୍ରସ୍ତାବ ନଥିଲା। ଶେଷରେ ବାଚନିକ ଭୋଟରେ ସୂର୍ଯ୍ୟ ପାତ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ବିଚସ୍ପତି ନିର୍ବାଚନ ସମୟରେ କୌଣସି ବିଜେପି ବିଧାୟକ ଉପସ୍ଥିତ ନଥିଲେ।

ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ୨୨ ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟ ପାତ୍ର।। ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।  ବାଚସ୍ପତି ପାଇଁ  ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ନାମ ବିଜେଡି ଘୋଷଣା କରିଥିଲେ ବି ଆଜି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିରୋଧୀଙ୍କ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାନଥିଲା । ଶେଷରେ ବାଚନିକ ଭୋଟରେ ଗୃହରେ ଉପସ୍ଥିତ ସମସ୍ତ ବିଧାୟକ ସମର୍ଥନ ଜଣାଇଥିଲେ । ନିର୍ବାଚନ ପରେ ସୂର୍ଯପାତ୍ର କହିଛନ୍ତି ଉଭୟ  ଶାସକ ଓ ବିରୋଧୀ ସଦସ୍ୟ ଯେପରି ଗୃହରେ ସେମାନଙ୍କ ସମସ୍ତ କଥା ରଖି ପାରିବେ ସେଥିପାଇଁ ସେ ଉଦ୍ୟମ କରିବେ।

ବାଚସ୍ପତି ନିର୍ବାଚନ ସମୟରେ ଗୃହରେ ବି​‌ଜେଡି ଓ କଂଗ୍ରେସ ବିଧାୟକମାନେ ଉପସ୍ଥିତ ଥିବାବେଳେ ବିଜେପି ବିଧାୟକ ମାନେ ଅନୁପସ୍ଥିତି ଥିଲେ। ବିଜେପି ବିଧାୟକ ମାନେ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ​‌ରେ ଅଂଶ ଗ୍ରହଣ କରିବାକୁ ଦିଲ୍ଲୀ ଯାଇଥିବାରୁ ବାଚସ୍ପତି ନିର୍ବାଚନରେ ଯୋଗ ଦେଇପାରି ନାହାନ୍ତି । ପାରାଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ବିଧାନସଭାରେ ପହଞ୍ଚିବାବେଳେକୁ ନିର୍ବାଚନ ସରିଯାଇଥିଲା । ବିଜେପି ବିଧାୟକଙ୍କ ଏପରି ଅନୁପସ୍ଥିତିକୁ ଦୁଭାଗ୍ୟଜନକ ବୋଲି କହିଛନ୍ତି  ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ପ୍ରୋଟେମ ସ୍ପିକର ସୂର୍ଯ୍ୟ ନାରାୟଣପାତ୍ରଙ୍କୁ ବାଚସ୍ପତି ଭାବେ ଘୋଷଣା କରିବାପରେ ମୁଖ୍ୟମନ୍ତ୍ରୀ , ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରିମ ଆରୁଖ ସୂର୍ଯ୍ୟ ପାତ୍ରଙ୍କୁ ପାଛୋଟି ଆଣି ବାଚସ୍ପତିଙ୍କ ଆସନରେ ବସାଇଥିଲେ।

   Related Posts