Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବିଦ୍ୟୁତ ବିଭାଗର ଅପାରଗତା : ୩୩ କେଭି ବିଦ୍ୟୁତ ତାର ଲାଗି ୨ ଗୋରୁ ମୃତ, ଅଳ୍ପକେ ବର୍ତ୍ତିଲେ ଚାଷୀ

21/05/2020 at 12:09 PM

ନୀଳଗିରି ୨୧।୦୫ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ବିଦ୍ୟୁତ ବିଭାଗର ଅପାରଗତା ପଦାରେ ପଡିଥିବା ଜଣାପଡିଛି । ନୀଳଗିରି ବିଦ୍ୟୁତ ଷ୍ଟ୍ରକ୍ଚରକୁ ସେରଗଡ଼ ଆଡୁ ଆସିଥିବା ୩୩ କେଭି ବିଦ୍ୟୁତ ତାର ଗତକାଲି ବାତ୍ୟା ପାଇଁ ଓହଳି ପଡିଥିଲା । ଆଜି ବିଦ୍ୟୁତ ବିଭାଗ ଯାଞ୍ଚ ନକରି ବିଦ୍ୟୁତ ସଂଯୋଗ ଦେଇଦେଇଥିଲେ ।

ନୀଳଗିରି ସୀମାନ୍ତ ସିମୁଳିଆରେ ବିଦ୍ୟୁତ ତାରରେ ଲାଗି ଦୁଇ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଆଉ ଗୋଟେ ଗୁରୁତର ହୋଇଛି। ତେବେ ଚାଷ କାମ ଆରମ୍ବ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଚାଷୀ। ପୁର୍ବରୁ ଓଲଡଙ୍ଗ ଅଂଚଳରେ ବିଦ୍ୟୁତ ଆଘାତରେ ୬ଟି ଗୋରୁ ମୃତ୍ୟୁବରଣ କରିବା ପରେ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବା ବେଳେ ଆଜି ପୁଣି ଏଭଳି ଅଘଟଣ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନୀଳଗିରି ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଯେ ପର୍ଯ୍ୟନ୍ତ କ୍ଷତିପୂରଣ ନମିଳିଛି ସେ ପର୍ଯ୍ୟନ୍ତ କାମ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

   Related Posts