ଦେଶରେ ପୁଣି କମିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୨୨୭୨ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨:  ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଲଗାତର ୬ ଦିନ ହେଲେ ୨୫ହଜାର ରୁ କମ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଥିବା ବେଳେ ଶନିବାର ଦିନ ୨୨,୨୭୨ ନୂଆ ଆକ୍ରାନ୍ତ ସାମ୍ନାକୁ ଆସିଛି ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୨,୨୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୧,୬୯,୧୧୮ରେ ପହଞ୍ଚିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୪୭,୩୪୩ରେ ପହଞ୍ଚିଛି ।

ସେହିପରି ଏବେ ଯାଏଁ ଦେଶରେ କରୋନାରୁ ୯୭ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟାରେ ୨୨,୨୭୪ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଗତ ଶୁକ୍ରବାର ତୁଳନାରେ ଶନିବାର ଦିନ ସଂକ୍ରମଣ ସଂଖ୍ୟା କମିଛି । କରୋନା ବିରୋଧରେ ଚାଲିଥିବା ଲଢେଇକୁ ଜୋରଦାର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.