ଗଞ୍ଜାମରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ : ତଥାପି ଆଶ୍ୱସ୍ତି, ଜିଲ୍ଲାରେ କମୁଛି ସଂକ୍ରମିତ ହାର

Published By : Prameya-News7 Bureau | August 09, 2020 IST

ବ୍ରହ୍ମପୁର ୦୯।୦୮: ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ତେବେ ଗଞ୍ଜାମ ଗତ କିଛି ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଲଗାତାର କିଛି ଦିନ ହେଲା ସଂକ୍ରମିତଙ୍କ ଗ୍ରାଫ ତଳମୁହାଁ ହୋଇଚାଲିଛି । ଏହିପ୍ରରିପେକ୍ଷୀରେ  ଆଜି ଗଞାମ ଜିଲ୍ଲାରୁ  ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାରେ  ୬ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆଜି ରାଜ୍ୟରେ ଆକ୍ରାନ୍ତ ତାଲିକାରେ ଗଞାମ ଏବେ ଦୁଇ  ନମ୍ବରରେ ରହିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୫ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ଯା ୧୩୧ ରେ ପହଞ୍ଚିଛି । ସେହିପରି ୧୦,୧୭୧ ଜଣ ସୁସ୍ଥ ହୋଇଥିବା ବେଳେ ୨୫୪୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଏଭଳି ସଂଗୀନ୍ ପରିସ୍ଥିତିରେ କରୋନା ମହାମାରୀକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.