ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ରିପୋର୍ଟ ଦେଲା ଭାରତୀୟ ସେନା, ୨୦୧୯ ତୁଳନାରେ ୨୦୨୦ରେ କମିଛି ଆତଙ୍କୀ ଗତିବିଧି

Published By : Prameya-News7 Bureau | January 15, 2021 IST

ଜାମ୍ମୁ ୧୫/୦୧ : ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଉଥିବା ଦାବି କରିଛି । ଏହାର ଫଳ ସୂରୁପ କେବଳ ୨୦୨୦ରେ ଜାମ୍ମୁ-କାଶ୍ମୀରରେ ମୋଟ ୨୨୧ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ନିପାତ ହୋଇଥିବା ମୋଟ ୨୨୧ ଆତଙ୍କବାଦୀଙ୍କ ମଧ୍ୟରୁ ସ୍ଥାନୀୟ ଏବଂ ବିଦେଶୀ ଆତଙ୍କୀ ସାମିଲ ଅଛନ୍ତି । ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ବର୍ଷ ୨୦୨୦ରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ରେକର୍ଡ କରିଛି ।

ଗତ ବର୍ଷ ପାକିସ୍ତାନ ମୋଟ ୫ ହଜାର ୨୪୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ସେହିଭଳି ଗତ ବର୍ଷ ମୋଟ ୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଭାରତୀୟ ସେନା । ସେମାନଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଭାରତୀୟ ସେନା ୨୦୧୯ରେ ୧୫୨ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା । ସେହି ବର୍ଷ ୪୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଭାରତୀୟ ସେନା ।

ସେହିଭଳି ୨୦୧୯ରେ ମାତ୍ର ୩ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ । ତେବେ ୨୦୧୯ ତୁଳନା​‌ରେ ୨୦୨୦ରେ ଅଧିକସଂଖ୍ୟକ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ବର୍ଷ ୨୦୧୯ରେ ପାକିସ୍ତାନ ପଟୁ ମୋଟ ୩ ହଜାର ୮୨୪ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ତଥ୍ୟ ଅନୁଯାୟୀ ୨୦୨୦ରେ ଦେଶରେ ୨୭୪ ଆତଙ୍କବାଦୀ ସକ୍ରିୟ ଥିଲେ ଯେତେବେଳେକି ଏହି ସଂଖ୍ୟା ୨୦୧୯ରେ ୪୨୧ ଥିଲା ।

ଯଦି ଲଞ୍ଚ୍‌ପ୍ୟାଡ୍‌ କଥା କୁଯାଯାଏ ତେବେ, ୨୦୧୯ରେ ସେଠାରେ ୫୨୦ରୁ ୫୫୬ ଆତଙ୍କବାଦୀ ସକ୍ରିୟ ଥିଲେ । ସେହିଭଳି ୨୦୨୦ରେ ୨୯୪ ରୁ ୩୩୬ ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ରେ ସକ୍ରିୟ ଥିଲେ । ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଆତଙ୍କବାଦୀଙ୍କ ଗତିବିଧି କମିଥିବା ଲକ୍ଷ୍ୟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.