ଭାରତର ଉହାନ ହେବାକୁ ଯାଉଛି ମୁମ୍ଵାଇ, ମୃତ୍ୟୁ ମାମଲାରେ ଶୀର୍ଷରେ

Published By : Prameya-News7 Bureau | April 12, 2020 IST

ମୁମ୍ବାଇ ୧୨।୦୪: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ କରୋନା ଭାଇରସ୍‌ର ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମାମଲାରେ ଭାରତର ଉହାନ ହେବାକୁ ଯାଉଛି। ମହାରାଷ୍ଟ୍ରରେ ରବିବାର ୨୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିରୁ ୨୧୭ କେସ୍‌ କେବଳ ମୁମ୍ବାଇରୁ ଆସିଛି। ଏହି ପରି ରାଜ୍ୟରେ ରବିବାର କରୋନା ଭାଇରସ୍‌ରେ ୨୨  ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିରୁ ୧୬ ଜଣଙ୍କ ମୃତ୍ୟୁ ମୁମ୍ବାଇରେ ଘଟିଛି। ମୁମ୍ବାଇରେ ଅଦ୍ୟାବଧି ୧୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଦେଶରେ ଅନେକ ରାଜ୍ୟରେ କରୋନା ପଜିଟିଭ୍‌ ରୋଗୀଙ୍କ ସଂଖ୍ୟାଠୁ ବହୁତ ଅଧିକ ରହିଛି।

ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଏ ପର୍ଯ୍ୟନ୍ତ କୋଭିଡ୍ ୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯୮୨ ରହିଛି। ରାଜ୍ୟରେ ମୋଟ୍ ୧୪୯ ଜଣ କରୋନା କାରଣରୁ ପ୍ରାଣ ହରାଇ ସାରିଛନ୍ତି। ଏହି ପରି କରୋନା ଜନିତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ଦେଶରେ ଶୀର୍ଷରେ ରହିଛି।

wp:core-embed/twitter {"url":"https://twitter.com/ANI/status/1249355240144547842?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2F221-new-coronavirus-positive-cases-reported-in-maharashtra%2Farticleshow%2F75110946.cms","type":"rich","providerNameSlug":"twitter","className":""}
https://twitter.com/ANI/status/1249355240144547842?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2F221-new-coronavirus-positive-cases-reported-in-maharashtra%2Farticleshow%2F75110946.cms
/wp:core-embed/twitter

ଏକାକୀ ମୁମ୍ବାଇରେ ହିଁ ଏ ପର୍ଯ୍ୟନ୍ତ ୯୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ମାତ୍ର ଆଶ୍ଵସ୍ତିକର କଥା ଏହା ଯେ ରବିବାର ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଏମସି ଅନୁସାରେ ମୁମ୍ବାଇରେ ଅଦ୍ୟାବଧି ୯୭ କରୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

ମହାରାଷ୍ଟ୍ରରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ଦେଖି ରାଜ୍ୟ ସରକାର ଶନିବାର ଲକ୍‌ଡାଉନ୍‌ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇବାକୁ ନିର୍ଣ୍ଣୟ ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆହୂତ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ମୁମ୍ବାଇରୁ ଯୋଗ ଦେଇଥିଲେ। ଏହି ସମୟରେ ଠାକରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲକ୍‌ଡାଉନ୍‌ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.