ଅଯୋଧ୍ୟାରେ ସ୍ଥାପିତ ହେବାକୁ ଯାଉଛି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ବିଶ୍ବର ସବୁଠୁ ଉଚ୍ଚତମ ଷ୍ଟାଚ୍ୟୁ

Published By : Prameya-News7 Bureau | November 25, 2018 IST

ଉତ୍ତରପ୍ରଦେଶ ୨୫/୧୧: ଅଯୋଧ୍ୟାରେ ଧର୍ମସଭା ଚାଲିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ବିଶ୍ବର ସବୁଠୁ ଉଚ୍ଚ ମୂର୍ତ୍ତି ନିର୍ମାଣ କରିବାକୁ ସ୍ଥିର କରିଛନ୍ତି। ଶନିବାର ଦିନ ରାତିରେ ଆର୍କିଟେକ୍ଚରମାନଙ୍କ ଉପସ୍ଥାପନା ପରେ ସ୍ଥିର କରାଯାଇଛି ଯେ ଅଯୋଧ୍ୟାରେ ୨୨୧ମିଟର ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯିବ। ୫ଜଣ ଆର୍କିଟେକ୍ଚର ମୂର୍ତ୍ତିଗୁଡ଼ିକ ଉପସ୍ଥାପନ କରିଥିଲେ ,ସେଥିମଧ୍ୟରୁ  ଯୋଗୀ ଆଦିତ୍ୟନାଥ ନିଜ ପସନ୍ଦର ଗୋଟିଏ ମୂର୍ତ୍ତି ବାଛିଥିଲେ। ଏହି ପ୍ରତିମାର ଉଚ୍ଚତା ୧୫୧ମିଟର ହେବ। ଏହାର ପୀଠ ୫୦ମିଟରର ହେବ। ଏହା ପରେ ୨୦ମିଟର ଉଚ୍ଚତାର ଛତା ନିର୍ମାଣ କରାଯିବ। ଏହିପରି ଭାବରେ ମୂର୍ତ୍ତିର ଉଚ୍ଚତା ପାଖାପାଖି ୨୨୧ ମିଟର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.