କରୋନା ସଂକ୍ରମଣରେ ବଡଧରଣର ହ୍ରାସ, ଦେଶରେ ଗତ ୨୪ଘଣ୍ଟାରେ ୨୨୦୬୫ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫।୧୨: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ ହ୍ରାସ ପାଇବାର ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଧରଣର ହ୍ରାସ ବୋଲି ମନେ କରାଯାଉଛି । ଗତ ୨୪ଘଣ୍ଟାରେ ୨୦,୦୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୪ଲକ୍ଷ ପାର୍‌ ହୋଇଛି ।

wp:html /wp:html

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୨୨,୦୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ଦେଶରେ ୯୯,୦୬,୧୬୫ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତକଙ୍କ ସଂଖ୍ୟା ୧,୪୩,୭୦୯ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୨୨,୬୩୬ରେ ପହଞ୍ଚିଛି ।

ସେପଟେ ଗତ ୨୪ଘଣ୍ଟାରେ ୩୪,୪୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ଓ ସଂକ୍ରମିତଙ୍କ ମଧ୍ୟରେ ଲଗାତର ଭାବେ ପାର୍ଥକ୍ୟ ବଡଧରଣର ରହିଛି । ଦେଶରେ ଏବେ କରୋନାର ଆକ୍ଟିଭ୍ କେସ୍‌ ୪ଲକ୍ଷ ତଳେ ରହିଛି । ଏବେ ଦେଶରେ ୩,୩୯,୮୨୦ଟି ଆକ୍ଟିଭ୍‌ କେସ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.