ଭୁବନେଶ୍ୱରରୁ ଆଉ ୨୨୦ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୮୪

Published By : Prameya-News7 Bureau | August 18, 2020 IST

ଭୁବନେଶ୍ୱର, ୧୮|୦୮:    ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ରାଜଧାନୀରେ ଲଗାତାର ଭାବେ କରୋନା ଭାଇରସ କାୟା ମେଲାଇ ଚାଲିଛି । ଏବେସୁଦ୍ଧା ଭୁବନେଶ୍ୱରରେ ୫୭୦୭ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୩୬୯୦ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏତତ୍ ବ୍ୟତୀତ ୨୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୮୩ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.