Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହି ଯୁବକଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି ରକ୍ତ : ରହସ୍ୟ ନା ଆଉ କିଛି, ଜାଣନ୍ତୁ

29/12/2018 at 3:26 PM

ରକ୍ତର କାନ୍ଦ କାନ୍ଦୁଥିବା କଥା ଆପଣମାନେ ନିଶ୍ଚୟ ଶୁଣିଥିବେ | ଏନେଇ ଏକ ବହୁତ ପୁରୁଣା ଢଗ ମଧ୍ୟ ରହିଛି | ତେବେ ଏମିତି ଲୋକେ ରାଗିକି ହିଁ କହିଥାନ୍ତି | ଏହି ଢଗ ଏକ ଅଭିଶାପ ସଦୃଶ୍ୟ | କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତି ବିଷୟରେ କହିବୁ ଯିଏ ସତରେ କାନ୍ଦିଲେ ତାଙ୍କ ଆଖିରୁ ଲୁହ ବଦଳା ରକ୍ତ ବୋହିଥାଏ | ଏହା ଏକ ପ୍ରକାର ରୋଗ ବୋଲି ଜଣାପଡିଛି | ତେବେ ତାଙ୍କର ଏହି ରୋଗ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି |

୨୨ ବର୍ଷ ବୟସ୍କ ଏହି ଯୁବକଙ୍କ ଆଖିରୁ ଦୁଇ ଥର ରକ୍ତ ବହିଛି | ଏନେଇ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ | ଡାକ୍ତର ତାଙ୍କର କିଛି ଟେଷ୍ଟ କରିଥିଲେ | କିନ୍ତୁ ରିପୋର୍ଟରେ ସବୁକିଛି ଠିକ ଥିବା ଜଣାପଡିଥିଲା | ଯାହାକୁ ନେଇ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଡାକ୍ତରଙ୍କ କହିବାନୁଯାୟୀ, ଆଖିରୁ ରକ୍ତ ବାହାରୁଥିବା ରୋଗକୁ ହେମୋଲୋକ୍ରିୟା କୁହାଯାଇଥାଏ | ଏହି ରୋଗର ଏନେକ କାରଣ ରହିଛି | କିନ୍ତୁ ଏହି ଯୁବକଙ୍କ ଆଖିରୁ କେଉଁ କାରଣରୁ ରକ୍ତ ବାହାରୁଚି ତାହା ଡାକ୍ତର ଜାଣିପାରିନଥିଲେ |ଡାକ୍ତରଙ୍କ କହିବା ଅନୁଯାୟୀ, ହେମୋଲୋକ୍ରିୟା ରୋଗୀଙ୍କ ଆଖିରୁ ଲୁହ ଜାଗାରେ ରକ୍ତ ବାହାରିଥାଏ |

ଏହି ଯୁବକ ଚିକିତ୍ସା ପାଇଁ ପୋର୍ଟ ବ୍ଲେୟାରର ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ଯାଇଥିଲେ | ଏହି ମେଡିକାଲ ଉତ୍ତର ସେଂଟିନାଲଠୁ ମାତ୍ର ଅଳ୍ପ ଦୂରରେ ରହିଛି | ସୂଚନାଯୋଗ୍ୟ ଯେ, ଗତ ମାସରେ ଜଣେ ଆମେରିକୀୟ ନାଗରିକ ଏହି ଦ୍ବୀପକୁ ଯାଇଥିଲେ | ସେଠାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଏହି ଆମେରିକୀୟ ନାଗରିକଙ୍କୁ ହତ୍ୟା କରିଥିଲେ | ହତ୍ୟା ପରେ ତାଙ୍କ ମୃତଦେହକୁ ବାଲିରେ ପୋତି ଦେଇଥିଲେ | ପୋଲିସ ମଧ୍ୟ ତାଙ୍କ ମୃତଦେହ ଉଦ୍ଧାର କରିପାରିନଥିଲା |

ସେଠାକାର ଡାକ୍ତର ଯୁବକଙ୍କ ଚିକିତ୍ସା କରିଥିଲେ | ତେବେ ଏଭଳି ହେଉଥିବାର ପ୍ରକୃତ କାରଣ ଡାକ୍ତର ମଧ୍ୟ ଜାଣି ପାରିନଥିଲା | ଡାକ୍ତରଙ୍କ କହିବା ଅନୁସାରେ ଯୁବକଙ୍କ ଶରୀର ସମସ୍ତ ଅଙ୍ଗ ଠିକ ଭାବେ କାର୍ଯ୍ୟ କରୁଛି | ଡାକ୍ତର ଅନୁଯାୟୀ, ଆଖିରେ କୌଣସି ପ୍ରକାରର ସଂକ୍ରମଣ, ସୁଜନ, ଆଖି ପାଖରେ ଟ୍ୟୁମର କିମ୍ବା ନାକରେ ଆଘାତ ଲାଗିଥିଲେ ଆଖିରୁ ଲୁହ ବଦଳରେ ରକ୍ତ ବାହାରିଥାଏ |

ଜଣେ ବ୍ୟକ୍ତିଙ୍କ ଆଖିରେ ଟ୍ୟୁମର ହୋଇଥିବା ଯୋଗୁଁ ତାଙ୍କ ଆଖିରୁ ରକ୍ତ ବୋହୁଥିବା ଏହା ପୂର୍ବରୁ ଇଂଲଣ୍ଡର ଏକ ମାଗାଜିନରେ ଭରିଥିଲା |

   Related Posts