Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ICUରେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତ ଦୁଇ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

28/01/2021 at 9:54 PM

ନୂଆଦିଲ୍ଲୀ ୨୮/୦୧: ପୁଣି ଲଜ୍ଜା ! ହସ୍ପିଟାଲର ଆଇସିୟୁରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ।ହରିୟାଣା ପାନୀପତରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ହସ୍ପିଟାଲରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯୁବତୀଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କ ଶରୀରରେ ରକ୍ତଚାପ କମ୍‌ ହେବା ଯୋଗୁ ତାଙ୍କୁ ମଡେଲ ଟାଉନ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ହସ୍ପିଟାଲର ଦୁଇ ଜଣ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୨୫ ଜାନୁଆରୀରେ ତାଙ୍କ ଝିଅ ମାନିସିକ ଜନିତ ରୋଗ ଓ ବିପି ଲୋ’ ହେବା ଯୋଗୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଜାନୁଆରୀ ୨୬ ରାତିରେ ଜଣେ ହସ୍ପିଟାଲ କର୍ମଚାରୀ କାର୍ଯ୍ୟ ସରିବା ପରେ ବି ଘରକୁ ଯାଇନଥିଲା। ଆଇସିୟୁରେ ରହିଯାଇଥିଲା।  ବିଳମ୍ବିତ ରାତିରେ ଯୁବତୀଙ୍କ ବେଡ୍‌ ଚାରିପଟେ କପଡ଼ା ଘୋଡ଼ାଇ ଦେଇ ଘାଣ୍ଟାଏ ରହିଥିଲା। ଏହା ପରେ ଆଉ ଜଣେ କର୍ମଚାରୀ ଭିତରକୁ ଯାଇ ଘଣ୍ଟାଏ ରହିଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପର ଦିନ ସକାଳେ ପୀଡ଼ିତା ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ପରେ ହସ୍ପିଟାଲରେ ହଙ୍ଗାମା ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପାନୀପତ ଡିଏସପି ସତୀଶ ବତ୍ସ କହିଛନ୍ତି, ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଜଣେ ଅଭିଯୁକ୍ତ ଆଇସିୟୁରେ ପରଦା ପକାଇ ଏକ ଘଣ୍ଟା ରହିଥିଲା। ଅନ୍ୟ ଅଭିଯୁକ୍ତ ବି ଘଣ୍ଟାଏ ଥିଲା। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣକୁ ଖୋଜୁଥିବା ଜଣାପଡ଼ିଛି।

   Related Posts