୨୨ଜଣ ଦୁର୍ନୀତିଗ୍ରସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚାକିରିରୁ କରାଗଲା ବରଖାସ୍ତ, ଏହି ଅଧିକାରୀଙ୍କ ସମ୍ପର୍କରେ ମୋଦି କରିଥିଲେ ଟିପ୍ପଣୀ

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ୨୬|୮: ସୋମବାର ଦିନ ସିବିଆଇସି (ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟେକ୍ସେସ- central board of indirect taxes)  ୨୨ ଜଣ ବରିଷ୍ଠ ଅଧିକାରୀଙ୍କୁ ସେବା ନିବୃତ୍ତ କରିଛି। ଏମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ଏ ସମସ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିଲା । ଜନହିତ ମୌଳିକ ନିୟମ-୫୬ (ଜେ) Fundamental Rule 56 (J)  ଅନୁସାରେ ଏହି ଅଧିକାରୀଙ୍କୁ ସେବାନିବୃତ୍ତ କରାଯାଇଛି।ଏହି ଅଧିକାରୀଙ୍କ ନାଁରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଭଳି ସଂଗୀନ ଅଭିଯୋଗ ଆସି ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

{"id":149107}

ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପିଏମ ମୋଦି ଦେଇଥିବା ସମ୍ବୋଧନରେ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପର୍କରେ ଟିପ୍ପଣୀ ଦେବା ପରେ ଏହି ଦୁର୍ନୀତିଖୋର୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ମୋଦି ନିଜ ଭାଷଣରେ କହିଥିଲେ ଯେ,ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆହୁରି ମଧ୍ୟ କହିଥିଲେ, କିଛି ପ୍ରଶାସନିକ ଅଧିକାରୀ ନିଜ ଶକ୍ତିର ଦୁରୁପୋଯୋଗ କରୁଛନ୍ତି।

ସିବିଆଇସିର ଜଣେ ଅଧିକାରୀ କହିଛନ୍ତି, ୨୨ ଜଣ ଅଧିକାରୀଙ୍କ ବିରୋଧରେ ସିବିଆଇସି  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ  ବିରୋଧରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଗତ ଜୁନ ୨୭ ତାରିଖରେ ଭାରତୀୟ ରାଜସ୍ବ ସେବା(ଆଇଆରଏସ)ର ୧୨ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ସେବାନିବୃତ୍ତ କରାଯାଇଥିଲା।

 ସର୍ବସାଧାରଣଙ୍କ ସ୍ବାର୍ଥ ଭିତ୍ତିକ ମୌଳିକ ନିୟମ(ଜେ) ଅନୁସାରେ, ୫୦ରୁ ୫୫ ବର୍ଷ ବୟସ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଏହି ନିୟମ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।ଏଥିସହ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସମୟ ୩୦ରୁ ବର୍ଷ ଉର୍ଦ୍ଧ୍ବ ହୋଇସାରିଥିବ ଓ ତାଙ୍କ ବିରୋଧରେ ଦୁର୍ନୀତି କମ୍ବା ଅନ୍ୟ ଅଭିଯୋଗ ରହିଥିଲେ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.