କୁମ୍ଭମେଳାରୁ ଫେରିଲେ ଶ୍ରୀମନ୍ଦିର ୨୨ ସେବାୟତ, ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | April 19, 2021 IST

ପୁରୀ ୧୯।୪: କୁମ୍ଭମେଳାକୁ ଯାଇଥିବା ୨୨ ଜଣ ଶ୍ରୀମନ୍ଦିର ସେବାୟତ ଫେରିଛନ୍ତି । ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତ ସେବାୟତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇ କୋଭିଡ୍ ସଂକ୍ରମଣ ସମ୍ପର୍କରେ ତଥ୍ୟ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏଯାବତ୍ ୧୫ ଜଣ ସେବାୟତଙ୍କର ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ୍ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସହିତ ସମ୍ପୃକ୍ତ ୫୦ ଜଣ ସେବାୟତ, କର୍ମଚାରୀଙ୍କର କୋଭିଡ୍ ପଜିଟିଭ୍ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୧୫ ଜଣ ସେବାୟତ, ୭ ଜଣ ସେବାୟତ ପରିବାର ବର୍ଗ ଓ ଜୋତାଷ୍ଟାଣ୍ଡ କର୍ମଚାରୀ ୧୯ ଜଣ ସଂକ୍ରମିତ ହେବାରୁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ନୀଳାଚଳ ଭକ୍ତନିବାସରେ କୋଭିଡ୍ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ୧୨୦ ବେଡ୍ ଥିବା କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ଚିକିତ୍ସିତ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.