Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଡିଏମ୍‌ଓଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗିର ମେଡିକାଲର ୨୨ ଛଟେଇ କର୍ମଚାରୀ, ସିଡିଏମ୍‌ଓ କହିଲେ ବେଆଇନ ନିଯୁକ୍ତି ପାଇଁ ଛଟେଇ

1/06/2019 at 4:33 PM

ବଲାଙ୍ଗିର ୧|୬: କିଏ ୨୦୦୮ ତ ଆଉ କିଏ ୨୦୦୫ ମସିହାରୁ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ ବଲାଙ୍ଗିର ଡାକ୍ତରଖାନାରେ। ହେଲେ ଏବେ ସେମାନଙ୍କୁ ଛଟେଇ କରାଯାଇଛି। ସରକାରଙ୍କ ଯୋଜନା ଅନୁଯାଇ ଦିଆଯାଇଥିଲା ଚାକିରୀ ହେଲେ ପରବର୍ତ୍ତି ସମୟରେ ଯୋଜନା ବଦଳିବା ସହ ବନ୍ଦ ହୋଇଯିବା ପରେ ଜିଲ୍ଲା ସିଡିଏମଓ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ନେଇ ସଂସ୍ଥା ଚଳାଇବା ସହ ଏମାନଙ୍କୁ ମଧ୍ୟ ଚାକିରୀରେ ରଖାଯାଇଥିଲା।

ଏବେ ଏମାନଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଏମାନେ। ଡାକ୍ତରଖାନାରେ ଆଟେଣ୍ଡାଣ୍ଟ, ଆମ୍ବୁଲାନ୍ସ ଡ୍ରାଇଭର ସହ ଆସିଷ୍ଟାଣ୍ଟ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ରହିଥିଲେ ଏମାନେ । ବର୍ଷ ବର୍ଷ ଧରି କାମ କରିବା ସତ୍ବେ ଏବେ ଏମାନଙ୍କୁ ଛଟେଇ କରାଯାଇଛି । ତେବେ ଏନେଇ ଆଜି ସିଡିଏମଓଙ୍କୁ ଦାବି ପତ୍ର ଦେବା ସହ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

ସେପଟେ ଯେଉଁ ଯୋଜନାରେ ଏମାନଙ୍କୁ ଚାକିରି ଦିଆଯାଇଥିଲା ତାହା ସରକାର ବନ୍ଦ କରିଥିବା ସହ ଏଭଳି କିଛି ବ୍ୟବସ୍ଥା ନଥିବା ଓ ଘରୋଇ ସଂସ୍ଥା ଜରିଆରେ ଚାକିରି ଦିଆଯାଉଥିବା କହିଛନ୍ତି ସିଡିଏମଓ। ଏନେଇ ସୁପରିଟେଣ୍ଡଣ୍ଟ ଓ ସରକାରଙ୍କୁ ଜଣାଇବେ ବୋଲି ସେ କହିଛନ୍ତି ।

   Related Posts