ରାଜ୍ୟ କ୍ୟାବିନେଟରେ ୨୨ ପ୍ରସ୍ତାବକୁ ମଞ୍ଜୁରୀ : ଧାମରା ଓ ଢ଼େଙ୍କାନାଳରେ ଶିଳ୍ପ ପାର୍କ, ହୋଟେଲ ଓ ରେଷ୍ଟୁରାଣ୍ଟ ଲାଗି ଜମି ଦେବ ଇଡକୋ

Published By : Prameya-News7 Bureau | May 29, 2020 IST

କରୋନା ଲକ୍‌ ଡାଉନ ସମୟରେ ଗ୍ରାମାଞ୍ଚଳରେ ଜୀବନ ଜୀବୀକା ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଲେ। ଏଥିପାଇଁ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।  ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୨୨ ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ବେଳେ ସେମଧ୍ୟରେ ଏହା ପ୍ରମୁଖ ରହିଛି। ଏଥିସଗିତ ପର୍ଯ୍ୟଟନ, ଶିଳ୍ପ କ୍ଷେତ୍ର ପାଇଁ ବାଟ ଫିଟାଇଛନ୍ତି ସରକାର। ଏପଟେ ମନ୍ତ୍ରୀ ପରିଷଦରେ ସଂକଳ୍ପ ପାରିତ କରି କରୋନା ଯୋଦ୍ଧାକୁ ଅବଦାନକୁ ସ୍ବୀକୃତି ଦିଆଯାଇଛି…

ଜୀବନ ଜୀବିକା ପାଇଁ ୧୭ ହଜାର କୋଟିର ପ୍ୟାକେଜ । ଗ୍ରାମଞ୍ଚଳରେ ଜୀବନଜୀବିକା ଜାରି ରଖିବା ପାଇଁ ଜୂନ ୨୦୨୦ରୁ ମାର୍ଚ୍ଚ୨୦୨୧ ଭିତରେ ଏହି ଟଙ୍କା ଖର୍ଚ୍ଚ ହେବ । କୃଷି କ୍ଷେତ୍ର ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ୨୪.୫ ଲକ୍ଷ ଚାଷୀ ଉପକୃତ ହେବେ ।  ସେହିପରି ଧମରା ଓ ଢ଼େଙ୍କାନାଳରେ ଶିଳ୍ପ ପାର୍କ ହେବ । ଏଥିପାଇଁ ରାଜ୍ୟସରକାର ୧ହଜାର ଏକର ଜମିରେ ୬ରୁ ୭ହଜାର କୋଟି ଟଙ୍କା ନିବେଶ କରିବେ । ଦକ୍ଷତା ବିକାଶ ପାଇଁ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଦାଦନ ଶ୍ରମିକ ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ ହେବେ । ଆସ୍କା ଚିନି କଳକୁ ୧୫କୋଟି ଟଙ୍କା ଦିଆଯିବ। ସୋସାଇଟି ଆକ୍ଟରେ ପରିବର୍ତ୍ତନ କରାଯାଇଛି। ପ୍ରତି ୫ ବର୍ଷରେ ଏହାର  ନବୀକରଣ କରିବାକୁ ପଡ଼ିବ। ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି। ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକ୍ରି କରିପାରିବେ ଚାଷୀ।

ମାଳତୀଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା। ଅଙ୍ଗନବାଡି ଛାତଛାତ୍ରୀଙ୍କୁ ଜୋତା, ମୋଜା ଓ ପୋଷକ ଦିଆଯିବ।  କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଦିଆଯିବ ଜମି ।  ସେହିପରି ବାଲେଶ୍ବର ଜିଲ୍ଲାରେ ଏନଡିଆରଏଫର ଗୋଟିଏ କମ୍ପାନୀ ହେଡକ୍ବାର୍ଟର ସ୍ଥାପନ ହେବ। ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇଦେବ। ହୋଟେଲ ଓ ରେଷ୍ଟରାଣ୍ଟ ଲାଗି ଇଡକୋ ଜମି ଦେବ। ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା। ଡିଜେଲ ଓ ପେଟ୍ରୋଲ ଉପରେ ଭାଟ ବୃଦ୍ଧି ନିଷ୍ପତ୍ତି ଉପରେ ମୋହର କ୍ୟାବିନେଟର ମୋହର ବାଜିଛି। ସେହିପରି ଶକ୍ତି ବିଭାଗ ଅଧିନକୁ ଆସିବ ଓରେଡା।

ଏପଟେ କୋଭିଡ ମୁକାବିଲାରେ କାମ କରୁଥିବା ଆଗଧାଡ଼ିର ଯୋଦ୍ଧାଙ୍କ ଅବଦାନକୁ ମନ୍ତ୍ରୀ  ପରିଷଦରେ ସ୍ବୀକୃତି ଦିଆଯାଇଛି।  ଏନଇେ ସଂକଳ୍ପ ପାରିତ ହୋଇଛି। କରୋନା ମୁକାବିଲାରେ ପ୍ରତ୍ୟକ୍ଷ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ,ଆଶା କର୍ମୀ. ଅଙ୍ଗବାଡି କର୍ମୀ, ଶିକ୍ଷକ, ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହା ସହିତ କରୋନା ମୁକାବିଲା ନେଇ ମନ୍ତ୍ରୀମାନଙ୍କ ପରାର୍ମଶ ଲୋଡିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ଆମ୍ବୁଲାନ୍ସ ସେବା ବଢ଼ାଇବା, ଲକଡାଉନ ଅବଧିକୁ ବୃଦ୍ଧି କରିବା, ପରୀକ୍ଷା କେନ୍ଦ୍ର ବଢ଼ାଇବା ପାଇଁ ମନ୍ତ୍ରୀ ମାନେ କହିଥିବା ସୂଚନା ମିଳିଛି।

ରାଜ୍ୟ ଅର୍ଥନୀତିକୁ ଟ୍ରାକକୁ ଫେରାଇବାକୁ ଆଜି କ୍ୟାବିନେଟ ବୈଠକରେ ପଦକ୍ଷେପ ନିଆଯାଇଛି। ବିଶେଷ କରି କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ପର୍ଯ୍ୟଟନ  ଓ ଶଳ୍ପ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.