Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ମହାରାଷ୍ଟ୍ରରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୨୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକ ପଜିଟିଭ୍

29/05/2020 at 10:50 AM

ନୂଆଦିଲ୍ଲୀ ୨୯।୫: ମହାରାଷ୍ଟ୍ରର ପୋଲିସ କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ୍-୧୯ ଯୋଗୁଁ ୨୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୩୦ରୁ ଅଧିକ ପୋଲିସ କର୍ମଚାରୀଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ମହାରାଷ୍ଟ୍ରରେ ୨୦୯୫ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ପୋଲିସ ମଧ୍ୟରୁ ୨୩୬ଜଣ ଅଧିକାରୀସ୍ତରର ଥିବାବେଳେ ୧୮୫୯ ଜଣ କନଷ୍ଟେବଳ ର୍ୟାଙ୍କର ଅଛନ୍ତି । ସମସ୍ତେ ଅଲଗା ଅଲଗା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନେକ ଅଧିକାରୀ ଏବଂ ପୋଲିସ ମଧ୍ୟ କରୋନା ଭାଇରସ୍ କୁ ମାତ୍ ଦେଇ ଡ୍ୟୁଟିକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୫ ପୋଲିସ କର୍ମଚାରୀ ଏବଂ ୮୨୨ କନଷ୍ଟେବଳ ର୍ୟାଙ୍କ କର୍ମଚାରୀ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ, କରୋନା ସମୟରେ ରାଜ୍ୟରେ ପୋଲିସ ଉପରେ ୨୫୪ ଆକ୍ରମଣ ଘଟଣା ହୋଇଥିଲା । ଏହି ଘଟଣାରେ ୮୩୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୪୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଲତ୍ ଡାଉନ୍ ସମୟରେ ଆସାମାଜିକ ବ୍ୟକ୍ତିଙ୍କ ଦ୍ବାରା ଆକ୍ରମଣ ଘଟଣାମାନ ଘଟିଛି ।

ଅଧିକାରୀ କହିଛନ୍ତି ଯେ, ଲକ୍ ଡାଉନ୍ ଆଦେଶ ଉଲ୍ଲଂଘନ କରିଥିବା ନେଇ ମହାରାଷ୍ଟ୍ର ପୋଲିସ ଆଇପିସିର ଧାରା ୧୮୮ ଅନୁଯାୟୀ ଅତି କମରେ ୧୧୬୬୭୦ ମାମଲା ରୁଜୁ କରିଛି । ଏହି ମାମଲାରେ ୨୩୩୧୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଅନ୍ତତଃ ପକ୍ଷେ ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ୭୦୫ ଜଣଙ୍କୁ ନିୟମ ଉଲ୍ଲଂଘନ କରିଥିବା ପୋଲିସ ଚିହ୍ନଟ କରିଛି । ତେବେ ମୁମ୍ବାଇ ଏହି ଆକଳନରେ ଅନ୍ତର୍ଭୁକ୍ତ ନୁହେଁ।

ଲକ୍ ଡାଉନ୍ ପରେ କଣ୍ଟ୍ରୋଲ ରୁମକୁ କରୋନା ଭାଇରସ୍ ପ୍ରକୋପ ସହ ସମ୍ବନ୍ଧିତ ପ୍ରାୟ ୯୬୭୦୦ ଫୋନ୍ କଲ୍ ଆସିଛି । ପୋଲିସ ସାରା ରାଜ୍ୟରେ ବେଆଇନ ପରିବହନ ନେଇ ୧୩୨୩ ମାମଲା ରୁଜୁ କରିଛି ଏବଂ ଲକ୍ ଡାଉନ୍ ସମୟରେ ୭୫୮୧୩ ଗାଡି ଜବତ କରିଛି । ଅଧିକାରୀ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପୋଲିସ ୫.୭୫ କୋଟି ଟଙ୍କା ଜରିମନା ଆଦାୟ କରିଥିଲା ।

   Related Posts