କାଉଁଣ୍ଟିଂର ଗୋଟିଏ ଦିନ ପୂର୍ବରୁ ଏନଡିଏର ଡିନର ପାର୍ଟି, ଚନ୍ଦ୍ରବାବୁଙ୍କ ନେତୃତ୍ବରେ ୨୨ ବିରୋଧୀ ଦଳ ଭେଟିଲେ ନିର୍ବାଚନ କମିଶନଙ୍କୁ

Published By : Prameya-News7 Bureau | May 21, 2019 IST

ନୂଆଦିଲ୍ଲୀ୨୧|୫: ଦିନକ ପରେ ଆସିବ ସର୍ବବୃହତ ଗଣତନ୍ତ୍ରର ଭୋଟିଂ ଫଳାଫଳ । ଭୋଟ୍‌ ଗଣତି ପ୍ରକ୍ରିୟା ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି  । ଦେଶର  ଅଧିକାଂଶ ଏକଜିଟ୍‌ ପୋଲ ଏନ୍‌ଡିଏ ପୂର୍ଣ୍ଣ ବହୁମତ ପାଇବ ବୋଲି ଆକଳନ  ବି କରିସାରିଛନ୍ତି । ହେଲେ ଏହି  ଆକଳନକୁ କିନ୍ତୁ ବିରୋଧୀ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଗୁରୁବାର ଭୋଟ୍‌ ଗଣତି ପରେ ହିଁ ଏକଜିଟ୍‌ ଓ ଏକଜାଟ୍‌ ଫଳ ଉପରେ ମୋହର ବାଜିବ । ଭୋଟ୍‌ ଗଣତି ପୂର୍ବରୁ କିନ୍ତୁ ନେତାଙ୍କ ଧଡକନ୍‌ ବଢିଗଲାଣି । ସେପଟେ ଏକଜିଟ୍‌ ପୋଲକୁ ନେଇ ଉଲ୍ଲସିତ ଥିବା ବିଜେପି, ତାର ଏନ୍‌ଡିଏ ନେତାମାନଙ୍କୁ ଡିନର ପାର୍ଟି ଡାକିଛି । ଯେଉଁଥିରେ ଏନ୍‌ଡିଓ ବହୁମତ ପାଇଲେ ସରକାର ଗଠନ ନେଇ ଆଲୋଚନା ହେବାର ରହିଛି ।

{"id":114554}

ଏକଜିଟ୍‌ ପୋଲକୁ ନେଇ ଉଲ୍ଲସିତ ବିଜେପି । ବିଜେପି କାର୍ଯ୍ୟାଳୟରେ ଏକାଠି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କରିବେ ଆଲୋଚନା । ଏହାପରେ ରାତିରେ ଅଛି ବିଜେପିର ନୈଶ ଭୋଜି। ବିଜେପି ସଭାପତି ଅମିତ୍‌ ଶାହା ଦେଉଛନ୍ତି ନୈଶଭୋଜି । ଏନ୍‌ଡିଏର ସହଯୋଗୀ ନେତାମାନେ ମଧ୍ୟ ସାମିଲ ହେଉଛନ୍ତି । ଏକଜିଟ୍ ପୋଲ୍‌ର ଆକଳନ ସଂପର୍କରେ ଆଲୋଚନା ପାଇଁ ଅମିତ୍‌ ଶାହାଙ୍କ ବୈଠକ ଓ ଡିନର ପାର୍ଟି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ ରେ ଏବଂ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ବିଳାସ ପାଶୱାନ୍ ଯୋଗ ଦେବେ ।

{"id":114555}

 ସେପଟେ ୨୨ ବିରୋଧୀ ଦଳ ଏବେବି ଦ୍ବନ୍ଦ୍ବରେ। ବିରୋଧୀ ଦଳଗୁଡ଼ିକ ଏକତା ପ୍ରଦର୍ଶନରେ ଲାଗି ପଡ଼ିଛନ୍ତି। ଏଥର ଝୁଲା ଲୋକସଭା ଅନୁମାନ କରି ବିରୋଧୀ ଦଳମାନେ ବିକଳ୍ପ ସରକାର ପାଇଁ କଥାବାର୍ତ୍ତା ଚଳାଇଛନ୍ତି।  । କନଷ୍ଟିଚ୍ୟୁସନ କ୍ଲବରେ ନିର୍ବାଚନ ଓ ନିର୍ବାଚନ କମିଶନଙ୍କ ଭୂମିକା ବିଷୟରେ ଆଲୋଚନା ପରେ ଚନ୍ଦ୍ରବାବୁଙ୍କ ନେତୃତ୍ବରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ୨୨ ବିରୋଧୀ ଦଳ । ପ୍ରତି ଇଭିଏମ୍‌ ସହ ଭିଭିପାଟର ପେପର ସ୍ଲିପ୍ କୁ ମେଳାଇବା ପାଇଁ ପୂର୍ବରୁ ବିରୋଧୀ ଦଳ ଦାବି କରୁଥିଲେ। ଏବେ ଦାବି କରିଛନ୍ତି  ଯେଉଁ ୫ଟି ଇଭିଏମ୍‌ ଓ ଭିଭିପାଟ୍‌ ମେଳ କରାଯିବ ସେ କାର୍ଯ୍ୟ ଶେଷ ହେବା ପରେ ଗଣତି ଆରମ୍ଭ କରାଯାଉ । ସେପଟେ ଏହାକୁ ବିରୋଧୀ ଦଳଙ୍କ ହତାଶା ବୋଧ ବୋଲି କହିଛି ବିଜେପି ।

{"id":114557}

ଏପଟେ ଇଭି ଏମ ସହିତ ଭିଭିପାଟର ଶହେ ପ୍ରତିଶତ ମେଳ କରାଇବାନେଇ ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ଅପ୍ରେଲ ୮ରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଯେକୌଣସି ୫ଟି ଇଭିଏମ ସହିତ ଭିଭିପାଟକୁ ମେଳ କରାଯିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.