ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୨ କରୋନା ସଂକ୍ରମିତ, ୨୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | June 24, 2020 IST

ଭୁବନେଶ୍ୱର ୨୪|୦୬:  ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ମୋଟ ୨୨୦ ପଜିଟିଭରୁ ୩ଜଣଙ୍କ ମୃତ ହୋଇଥିବା ବେଳେ ୧୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୩ଜଣ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ବିଏମସିର ସୂଚନାନୁସାରେ, କ୍ୱାରେଣ୍ଟାଇନରେ ରହିଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ରେଳ କର୍ମଚାରୀ ରହିଛନ୍ତି । କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲ, ଏବଂ ଏହାପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୈତ୍ରୀ ବିହାରର ବାସିନ୍ଦା, ସେ କିଛି ଦିନ ତଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏହା ବ୍ୟତୀତ ଆଉ ଜଣେ କରୋନା ପଜିଟିଭ୍ ଭିଏସ୍‌ଏସ୍‌ ନଗରରୁ ଚିହ୍ନଟ ହୋଇଛନ୍ତି ।

wp:html /wp:html

ଆଜି ଚିହ୍ନଟ ହୋଇଥିବା ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ପଜିଟିଭ୍‌ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିପରି ନୀଳାଦ୍ରିବିହାର ଓ ଚନ୍ଦ୍ରଶେଖରପୁରରୁ ୨ ଜଣ ପଜିଟିଭ ଚିହ୍ନଟ । ଆଉ ଜଣେ ପଜିଟିଭ୍‌ ଶୈଳଶ୍ରୀବିହାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ମୋଟ ୨୨୦ ପଜିଟିଭରୁ ୩ଜଣଙ୍କ ମୃତ ହୋଇଥିବା ବେଳେ ୧୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୩ଜଣ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.