ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଆରାହାସା ଜଙ୍ଗଲରୁ ୨୨ ଲ୍ୟାଣ୍ଡମାଇନ୍ ଉଦ୍ଧାର, ନିଷ୍କ୍ରିୟ କଲେ ସିଆରପିଏଫ୍ ଯବାନ
28/12/2020 at 10:43 PM

ମାଲକାନଗିରି ୨୮/୧୨: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ରେଙ୍ଗଡାବେଢା ଆରାହାସା ଜଙ୍ଗଲରୁ ୨୨ଟି ଜୀବନ୍ତ ଲ୍ୟାଣ୍ଡଲମାଇନ୍ ଉଦ୍ଧାର କଲେ ସିଆରପିଏଫ୍ ଯବାନ। ଉଦ୍ଧାର ପରେ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସିଆରପିଏଫ୍, ପୋଲିସ, ଛାଡ଼ଖଣ୍ଡ ଜାଗୁଆର ଫୋର୍ସ ମିଳିତ ଭାବେ ମେଟାଲ ଡିଟେକ୍ଟର ବ୍ୟବହାର କରି ଲ୍ୟାଣ୍ଡମାଇନ୍ ଖୋଜି ପାଇବା ସହ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି।
ତେବେ ଏହି ଲ୍ୟାଣ୍ଡମାଇନ୍ ଯବାନମାନଙ୍କୁ ଟାର୍ଗେଟ କରି ବିଛା ଯାଇଥିଲା ।ଏନେଇ ସୂଚନା ଦେଇଛନ୍ତି ଝାଡ଼ଖଣ୍ଡ ଚକ୍ରଧରପୁରର ଅତିରିକ୍ତ ଏସ୍ପି ନାଥୁ ସିଂ ମିନା ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021