୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ

Published By : Prameya-News7 Bureau | January 18, 2021 IST

କଟକ ୧୮।୧: କଟକ ବାଲିକୁଦା ଛକରୁ ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ ବେଳେ ୨୨ କେ.ଜି. ଗଞ୍ଜେଇ ଜବତ କରିଛି ଫ୍ଲାଇଂ ସ୍କ୍ବାଡ୍ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର୍ ମଧ୍ୟ ଜବତ ହୋଇଛି । ଜବତ ଗଞ୍ଜେଇ ବାଲିଗୁଡାରୁ ବାଲେଶ୍ବରକୁ ଚୋରା ଚାଲାଣ ହେଉଥିଲା ।

{"id":394111,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲିଗୁଡାରୁ ବାଲେଶ୍ବରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ କଟକ ଫ୍ଲାଇଂ ସ୍କ୍ବାଡ୍ ଚଢାଉ କରିଥିଲା । ଚଢାଉ ବେଳେ କାର୍‌ରୁ ୨୨ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଫ୍ଲାଇଂ ସ୍କ୍ବାଡ୍ । ତେବେ ଏହି ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ କିଏ ସେ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.