କେନ୍ଦୁଝର ଜାମୁନାଲିଆ ଗାଁ ଜଙ୍ଗଲରେ ୨୨ ଟିକିଆ ବଣୁଆ ହାତୀ ପଲ; ଆତଙ୍କିତ ଗ୍ରାମବାସୀ
22/10/2018 at 2:24 PM

କେନ୍ଦୁଝର ୨୨/୧୦ : କେନ୍ଦୁଝର ଜାମୁନାଲିଆ ଗା ନିକଟ ଜଙ୍ଗଲକୁ ଧସେଇ ପଶିଛନ୍ତି ୨୨ ଟିକିଆ ବଣୁଆ ହାତୀ ପଲ । ଏକର ଏକର ଧାନ ଫସଲ ଖାଇବା ଶହ ପାଦରେ ଦଳି ଚକଟି କଲେ ନଷ୍ଟ । ଜମୁନାଲିଆ, ଖୋଳପା, ଆଦି ଗାଁ ଲକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀ ଦଳରେ ୬ ଟି ଛୁଆ ସହ ୫ ଟି ଦନ୍ତା ହାତୀ ରହିଛନ୍ତି । ଏହି ହାତୀପଲ ଗତକାଲି ରାତିରେ ବେଲଦା, ନାଇଗା ଡିମ୍ବ ଗାଁ ହୋଇ ଆସି ଏଠାରେ ପହଞ୍ଚିଛନ୍ତି । ବର୍ତ୍ତମାନ ବିଲରେ ଧାନ ପାଚି ଆସୁଥିବାରୁ ହାତୀ ଏହାକୁ ଖାଇବାକୁ ଆସୁଛନ୍ତି । ତେଣୁ ଗାଁ ଲୋକଙ୍କର ବର୍ଷକର ଖଦ୍ୟ ହାତୀ ଖାଇଯିବା ଭୟରେ ଲୋକେ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଉପରେ କଡା ନଜର ରଖାଯାଇଛି ।