କଳାହାଣ୍ଡିରେ ଡାଇରିଆ ଆତଙ୍କ : ୨୨ ଜଣ ହସ୍ପିଟାଲରେ ଭର୍ତ୍ତି, ୩ ଗୁରୁତର

Published By : Prameya-News7 Bureau | May 13, 2019 IST

କଳାହାଣ୍ଡି ୧୩\୫ : କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଲକ ଦୁର୍ଭଟା ଗାଁ ରେ ଡାଇରିଆ ଆତଙ୍କ । ହଠାତ ଗାଁର ପିଲା ଠାରୁ ବୁଢା ୨୨ ଜଣଙ୍କୁ ବାନ୍ତି ଓ ଝାଡା ହେବାରୁ ସ୍ଥାନୀୟ ଲାଞିଗଡ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ରେ ସୁଧାର ନ ହେବାରୁ ବିଶ୍ବନାଥପୁର ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି । ଗାଁର ୨୨ ଜଣ  ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତି । ସେଥି ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସକାଳେ ପୋଖରୀରୁ ଗାଧୋଇ ଫେରିବା ପରେ ହଠାତ ଏତେ ସଂଖ୍ୟାରେ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ସୁଚନା ଦେଉଛନ୍ତି ।

{"id":111295}

ଅନ୍ୟପକ୍ଷରେ ଚିକିତ୍ସା କରୁଥିବା ଡାକ୍ତର ପୋଖରୀ ପାଣି ପାଇଁ ଏ ଭଳି ସଂକ୍ରମଣ ହୋଇଥିବା ସଂନ୍ଦେହ ପ୍ରକାଶ କରିଛନ୍ତି । ଗାଁ ପୋଖରୀ ରେ ମାଛ ମାରିବାକୁ ଓୌଷଧ  ମିଶା ଯାଇଥିବାରୁ  ସଂକ୍ରମଣ ଶୀକାର ହୋଇଥିବା ଆଶଙ୍କା କରାଯାଉଛି ।

{"id":111296}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.