ଜୁଆ ଆଡ୍ଡା ଉପରେ ଚଢାଉ, ୨୨ ଜୁଆଡି ଗିରଫ

Published By : Prameya-News7 Bureau | April 26, 2021 IST

ଜୟପୁର ୨୬।୪: କୋଭିଡ୍ କଟକଣା ସମୟରେ ବି ଚାଲିଥିଲା ବେଧଡକ ଜୁଆ ଆଡ୍ଡା ।  ସହରରେ ସଟ୍ ଡାଉନ୍ ଚାଲିଥିବା ବେଳେ ଜୁଆଡିମାନେ ପୋଲିସକୁ ଚକମା ଦେବାକୁ ବାଛିଥିଲେ ସହର ଉପକଣ୍ଠ। ହେଲେ ଖବର ପାଇ ମାଡି ବସିଲା ପୋଲିସ । ଏମିତି ଘଟଣା ଘଟିଛି ଜୟପୁର ଉପକଣ୍ଠ ପଦ୍ମପୁର ନିକଟରେ। ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସଦର ପୋଲିସ ୨୨ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧୩ଟି ମୋବାଇଲ, ୧୨ଟି ମଟର ସାଇକେଲ ସହ ୭୦ ହଜାର ଟଙ୍କା ଜବତ କରିଛି।

ରବିବାର ୩୦ରୁ ୩୫ଜଣ ଜୁଆଡି ପଦ୍ମପୁର ଜଙ୍ଗଲ ନିକଟରେ କୋଭିଡ୍ ନିୟମ ଉଲଂଘନ କରି ସଟ୍ ଡାଉନ୍ ସମୟରେ ଜୁଆ ଖେଳୁଥିଲେ। ଖବର ପାଇ ପୋଲିସ ଚଢ଼ାଉ କରି ୨୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ। ଏହି ଜୁଆଡିମାନେ ପୋଲିସକୁ ଚକମା ଦେବା ପାଇଁ ସେଣ୍ଟ୍ରି ବି ଜୁଆ ଆଡ୍ଡା ନିକଟରେ ନିୟୋଜିତ କରିଥିଲେ । ଆଉ ଟଙ୍କା ଲୋଭରେ ଅନେକ ଯୁବକ ଏହି ଧନ୍ଦାରେ ଲାଗିଥିବା କହିଛନ୍ତି । ତେବେ ସମସ୍ତ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା  ପରେ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.