ପାଟଣା ରେଞ୍ଜରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ : ଏକର ଏକର ଧାନ ଫସଲ ନଷ୍ଟ
25/11/2019 at 9:21 AM

ପାଟଣା ୨୫।୧୧: କିଛି ଦିନ ବ୍ୟବଧାନରେ ପୁଣି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କୁ ଫେରିଛନ୍ତି ହାତୀପଲ । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କରଞ୍ଜିଆ ରେଞ୍ଜ ରୁ ପାଟଣା ରେଞ୍ଜ କୁ ପ୍ରବେଶ କରିଛନ୍ତି। ବ୍ୟାପକ ଧାନ ଫସଲ ନଷ୍ଟ ।

ସୂଚନାଯୋଗ୍ୟ ଯେ, ପାଟଣା ରେଞ୍ଜ ବାଲିପଶି ଓ ମୟୁର ପଙ୍ଖା ଗାଁରେ ହାତୀପଲ ପ୍ରବେଶ କରି ବ୍ୟାପକ ଧାନ ଫସଲ ମାଡି ନଷ୍ଟ କରିବା ସହିତ ଅମଳ ପାଇଁ ରଖା ଯାଇଥିବା ଧାନ ଖାଇ ନଷ୍ଟ କରିଛନ୍ତି ।ହାତୀପଲ କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଆସିନଥିବା ଅଭିଯୋଗ କରି ନିଜେ ଗ୍ରାମବସୀ ହାତୀ ଘଉଡ଼ାଇ ଛନ୍ତି। ଧାନ ଅମଳର ସମୟ ହାତୀପଲ ଚାଷୀଙ୍କ ଧାନ ନଷ୍ଟ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଖୁବଶୀଘ୍ର ହାତୀପଲ ଙ୍କୁ ଘଉଡ଼ାଇବା କୁ ଦାବି ହୋଇଛି। ହାତୀପଲ ଏବେ ଦେଓ ନଦୀ ନିକଟରେ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି।