Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

କାଳ ସାଜିଲା ଲଗାଣ ବର୍ଷା : ୩ଟି ସ୍ଥାନରେ କାନ୍ଥ ପଡି ୨୨ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୫ଲକ୍ଷର ସହାୟତା ଘୋଷଣା

2/07/2019 at 10:18 AM

ମୁମ୍ବାଇ ୨|୭:  ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ୩ଟି ସ୍ଥାନରେ କାନ୍ଥ ପଡି ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମଲାଡ ଇଷ୍ଟରେ ୧୩ , କଲ୍ୟାଣରେ ୩ ଏବଂ ପୁଣେରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ମଧ୍ୟରାତ୍ରିରେ ଘଟିଛି । ମୃତକଙ୍କ ପାଇଁ ପରିଜନଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ମହାରାଷ୍ଟ୍ରର ମଲାଡ ଇଷ୍ଟ ପିମ୍ପରି ପାଡାରେ ମୁଷଳଧାରାରେ ବର୍ଷା ହେବା କାରଣରୁ କାନ୍ଥ ପଡିଯାଇଥିଲା । ଯେଉଁଥିରେ ୧୩ ଜଣ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ବସ୍ତି ବାସିନ୍ଦା ଶୋଇଥିବା ବେଳେ କାନ୍ଥ ଭୁଶୁଡି ଯାଇଥିଲା । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଲୋକମାନେ ଶୋଇଥିବାରୁ କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଘଟଣାସ୍ଥଳରେ ଏନ୍ ଡିଆରଏଫ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।  ଭଙ୍ଗା କାନ୍ଥ ତଳେ ଆଉ କିଛି ମୃତଦେହ ଦବି ରହିଥିବା ସନ୍ଦେହ କରାଯାଉଛି ।  ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ସନ୍ଧାନୀ କୁକୁର ସହାର୍ଯ୍ୟରେ ପୋଲିସ, ଛାନଭିନ କରୁଛି ।

ସେହିପରି ଲଗାଣ ବର୍ଷା କାରଣରୁ ମହାରାଷ୍ଟ୍ରର କଲ୍ୟାଣରେ ମଧ୍ୟ କାନ୍ଥ ପଡି ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ନ୍ୟାସନାଲ୍ ଉର୍ଦ୍ଧୁ ହାଇସ୍କୁଲର କମ୍ପାଉଣ୍ଡର କାନ୍ଥ ପଡିବା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ୍ ,ଦମକଳ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ୩ ବର୍ଷର ଏକ ଛୋଟ ଝିଅ ମଧ୍ୟ ରହିଛି । ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ୩ ଦିନ ପୂର୍ବରୁ ଜୋରଦାର ବର୍ଷା ହେବା କାରଣରୁ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ସେହି ପୁଣେରେ ପୁଣି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଣେର ସିଂହଗଡ କଲେଜର କାନ୍ଥ ପଡିବା କାରଣରୁ ଏହି ଦୁଃଖଦ ଘଟଣା ଘଟିଛି ।

   Related Posts