ତୁର୍କୀ ଓ ଗ୍ରୀସ୍‌ରେ ଭୂମିକମ୍ପରେ ଭୁଶୁଡି ପଡିଛି ୨୦ରୁ ଅଧିକ କୋଠା: ୨୨ଜଣଙ୍କ ମୃତ୍ୟୁ, ୭୦୦ରୁ ଅଧିକ ଆହତ

Published By : Prameya-News7 Bureau | October 31, 2020 IST

ନୂଆଦିଲ୍ଲୀ ୩୧/୧୦ : ତୁର୍କୀ ଓ ଗ୍ରୀସରେ ଭୂମିକମ୍ପ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରକ୍ତର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ରହିଥିଲା। ଭୂମିକମ୍ପ ପରେ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତଇପ୍ ଇର୍ଦୋଗନ୍ ନିଜ ବୟାନରେ କହିଛନ୍ତି ଯେ ଭୂମିକମ୍ପରେ ୧୭ ଟି କୋଠା ଭୁଶୁଡି ପଡିଛି।

{"id":353746,"sizeSlug":"large"}

ତୁର୍କୀ ଗୃହ ମନ୍ତ୍ରୀ ସୋୟଲୁ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ବର୍ନୋଭା ଏବଂ ବେରାକାଲୀ ସହରରେ ମଧ୍ୟ ଅନେକ କୋଠା ଭୁଶୁଡି ପଡିବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସବୁ ସହରରେ ଟିମ ନିୟୋଜିତ କରାଯାଇଛି।

{"id":353738,"sizeSlug":"large"}

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପରେ ଇଜମିର ସହରର ପାଖାପାଖି ୨୦ଟି କୋଠା ଭୁଶୁଡି ପଡିଛି। ଭଙ୍ଗ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଟିମ ଭଙ୍ଗ କୋଠା ତଳୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଗତକାଲି ଠାରୁ ଏବେ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି।

{"id":353740,"sizeSlug":"large"}

ଗ୍ରୀସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସମୁଦ୍ର କୁଳକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଇଜମିରରେ ହୋଇଥିବା ଭୂମିକମ୍ପର କେନ୍ଦ୍ରବିନ୍ଦୁ ଗ୍ରୀସର ସାମୋଷ ଦ୍ବୀପ ନିକଟରେ ରହିଛି।

{"id":353744,"sizeSlug":"large"}

ଆମେରିକୀୟ ଜିୟୋଲୋଜିକାଲ ସର୍ଭେ ଅନୁସାରେ, ଭୂମିକମ୍ପ କେନ୍ଦ୍ର ଗ୍ରୀସର ନୋନ କାର୍ଲୋଭାସିଆନ୍ ସହରର ଉତ୍ତର-ପୂର୍ବରୁ ୧୪ କିମି ଦୂରରେ ଥିଲା। ଭୂମିରୁ କମ ଗଭୀରରେ ଭୂମିକମ୍ପ କେନ୍ଦ୍ର ଥିବାରୁ ଏହାର ଝଟକା ଖୁବ ତୀବ୍ର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.