ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ : ୨୨ ମୃତ, ୮ ଆହତ

Published By : Prameya-News7 Bureau | December 29, 2019 IST

କାଇରୋ ୨୯।୧୨: ଇଜିପ୍ଟ ଏନ୍ ସୋଖନା ସହର ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ପର୍ଯ୍ୟଟକ ବସ୍ ରେ ୧୬ ଜଣ ଭାରତୀୟ ଥିବା ଜଣାପଡିଛି । ଏନେଇ ରାଜଧାନୀ କାହିରାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।

ଭାରତୀୟ ଦୂତାବାସ ଟ୍ବିଟରରେ ଏକ ପୋଷ୍ଟ କରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଟ୍ୟାଗ୍ କରିଛି । ଦୂତାବାସ ଅଧିକାରୀ ହସ୍ପିଟାଲରେ ଉପସ୍ଥିତ ଥିବା ଟ୍ବିଟରରେ ଉଲ୍ଲେଖ ରହିଛି ।

wp:html https://twitter.com/indembcairo/status/1210981597228474368?s=19 /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.