ମଥୁରା ଶିଶୁ ଗୃହରେ କରୋନା ବିସ୍ଫୋରଣ : ୬ ରୁ ୧୦ ବର୍ଷର ୨୨ ଶିଶୁ ପଜିଟିଭ, ୬ କର୍ମଚାରୀ ବି ସଂକ୍ରମିତ

Published By : Prameya-News7 Bureau | May 09, 2021 IST

ମଥୁରା ୯/୫ : ସାରା ଦେଶରେ କାୟା ମେଲାଇବାରେ ଲାଗିଛି ମହାମାରୀ । ପିଲାଠୁ ବୁଢା ସମସ୍ତେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ମଥୁରାରେ ଥିବା ରାଜକୀୟ ଶିଶୁ ଗୃହକୁ ପଶିଛି କରୋନା । ଏଠାରେ ଥିବା ୨୨ ଶିଶୁଙ୍କୁ ଗ୍ରାସିଛି କିଲର ଭାଇରସ । ଏହାସହ ଏଠାକାର ୬ ଜଣ କର୍ମଚାରୀ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପିଲା ଯାହାର ପଜିଟିଭ ରିପୋର୍ଟ ଆସିଛି ଛଅରୁ ଦଶ ବର୍ଷ ବୟସ ହୋଇଥିବା ଜଣାଯାଇଛି ।

ଶନିବାର ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରମାନେ ପହଞ୍ଚି ସମସ୍ତ ସଂକ୍ରମିତ ଶିଶୁଙ୍କୁ ଯାଞ୍ଚ କରି ଔଷଧ ଯୋଗାଇ ଦେଇଛନ୍ତି । ତେବେ ସଂକ୍ରମିତ ପିଲାମାନଙ୍କୁ ଅନ୍ୟ ପିଲାମାନଙ୍କଠାରୁ ଅଲଗା ଅର୍ଥାତ୍ ସଂଗରୋଧରେ ରଖାଯାଇଛି । ମେଡିକାଲ ବିଭାଗ ସିଭିଲ ଲାଇନ ଅଧୀନରେ ଥିବା ରାଜ୍ୟ ଯୋଗାଯୋଗ ଗୃହ ଏବଂ ସରକାରୀ ଶିଶୁ ଗୃହରେ ସ୍ୱତନ୍ତ୍ର ପରୀକ୍ଷା କରାଯାଇଥିଲା । ଏଥିରେ ରାଜ୍ୟ ଯୋଗାଯୋଗ ଗୃହର ୫୨ ରିପୋର୍ଟ ସଂଗ୍ରହ କରାଯାଇଥିଲା । ସେତିରୁ ୨୨ ଜଣ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କେବଳ ସେତିକି ନୁହେଁ, ୬ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ପୁରୁଷ କର୍ମଚାରୀ ହୋଇଥିବାବେଳେ ଚାରି ମହିଳା ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.