୨୨ଥର ବୋନ୍ ସର୍ଜରି ଏବଂ ୩ଥର ଗର୍ଭପାତ ପରେ ମଧ୍ୟ ହାରି ଯାଇନଥିଲେ ଫ୍ରିଡ଼ା : ପଢ଼ନ୍ତୁ ଫ୍ରିଡ଼ାଙ୍କ ମର୍ମସ୍ପଶୀ ଜୀବନୀ

Published By : Prameya-News7 Bureau | May 10, 2020 IST

ଏକ ଏପରି ଫିମେଲ୍ ଆର୍ଟିଷ୍ଟ ଯିଏ ନିଜ ନୀତି ନିୟମ ଅନୁସାରେ ଚାଲୁଥିଲେ ଏବଂ ନିଜ ନିୟମ ନିଜେ ବନାଉଥିଲେ,ଯିଏ ନିଜ ଶେଷ ସମୟରେ ନିଜ ସତ୍ୟତାକୁ କାଗଜରେ ଆଙ୍କିଥିଲେ। ସେ କହୁଥିଲେ ଯେ ସେ ନିଜ ସ୍ବପ୍ନକୁ ନୁହେଁ ନିଜ ସତ୍ୟତାକୁ ଆଙ୍କୁଥିଲେ। ୟେ ଆଉ କେହି ନୁହଁନ୍ତି ବରଂ ଫ୍ରିଡା କାହଲୋ ଯିଏ ୧୯୦୭ମସିହା ଜୁନ୍ ୬ତାରିଖରେ ଜଣେ ଜର୍ମାନ୍ ବାପା-ସ୍ପାନିଶ ମାଆଙ୍କଠୁ ମେକ୍ସିକୋରେ ଜନ୍ମ ହୋଇଥିଲେ। ତାଙ୍କ କାହାଣୀ ସେହି ସମୟରେ ମଧ୍ୟ ଆଧୁନିକ ଥିଲା। ସେ ନିଜ ମୁହଁରୁ କେଶ ହଟାଇନଥିଲେ ଏବଂ ନିଜ ୟୁନିବ୍ରୋକୁ ସେହିପରି ରଖିଥିଲେ। ଏହା ତାଙ୍କ ଫେମିନିସମକୁ ଦର୍ଶାଇଥିଲା। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଖାସ୍ କଥା ବିଷୟରେ

{"id":267568,"sizeSlug":"large"}

ସେ ପିଲାଦିନୁ ସ୍ବିମିଂ,ବକ୍ସିଂ ଏବଂ ସକର ଭଳି ଖେଳରେ ଦକ୍ଷ ଥିଲେ। ସେ ନିଜ ସମୟ ଖେଳି ଅତିବାହିତ କରୁଥିଲେ। ସେହି ସମୟରେ ମଧ୍ୟ ଝିଅମାନେ ଘରୁ ବାହାରୁ ନଥିଲେ କିନ୍ତୁ ଫ୍ରିଡ଼ା ଏସବୁ ଖାତିର କରୁନଥିଲେ।

{"id":267571,"sizeSlug":"large"}

ତାଙ୍କୁ ପୁଅ ପିଲାଙ୍କ ପୋଷାକ ପିନ୍ଧିବାକୁ ଭଲ ଲାଗୁଥିଲା। ତାଙ୍କର ସାମାନ୍ୟ ନିଶ ପାଇଁ ସେ ପୁଅଙ୍କ ପରି ଦେଖାଯାଉଥିଲେ।

{"id":267572,"sizeSlug":"large"}

ଯେତେବେଳେ ଫ୍ରିଡ଼ାଙ୍କୁ ମାତ୍ର ୧୩ବର୍ଷ ହୋଇଥିଲା ସେତେବେଳେ ତାଙ୍କର ଆଫେୟାର ତାଙ୍କ ଜିମ୍ ଶିକ୍ଷୟିତ୍ରୀଙ୍କ ସହ ଥିଲା। ସେତେବେଳେ ଜଣେ ଝିଅ ସହ ଝିଅ ସମ୍ପର୍କ ବର୍ଜିତ ଥିଲା। ତାଙ୍କ ମାଆଙ୍କୁ ଏବିଷୟରେ ଜଣା ପଡ଼ିବାରୁ ସେ ସେହି ଶିକ୍ଷୟିତ୍ରୀଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ।

{"id":267573,"sizeSlug":"large"}

୩୬ବର୍ଷ ବୟସ୍କ ଡିଏଗୋ ରିଭେରା ନାମକ ଆର୍ଟିଷ୍ଟଙ୍କୁ ଭଲ ପାଇ ବସିଥିଲେ ଫ୍ରିଡା । ଫ୍ରିଡା ମଧ୍ୟ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

{"id":267574,"sizeSlug":"large"}

ତାଙ୍କ ସ୍ବାମୀ ଡିଏଗୋ ରିଭେରା ତାଙ୍କୁ ପାରମ୍ପରିକ ବେଶଭୂଷାରେ ଦେଖିବାକୁ ପସନ୍ଦ କରୁଥିଲେ। ସେ ତାଙ୍କୁ ପାରମ୍ପରିକ ସ୍କର୍ଟ ଏବଂ ବ୍ଲାଉଜରେ ଦେଖିବାକୁ ପସନ୍ଦ କରୁଥିଲେ। ଏଥିପାଇଁ ସେ ଝିଅଙ୍କ ପରି ସଜ ହେବା ଆରମ୍ଭ କରି ଦେଇଥିଲେ। ସେ ନିଜ କେଶକୁ ରଙ୍ଗୀନ ରିବନ ସହ ଫୁଲରେ ସଜାଉଥିଲେ। ତାଙ୍କ ବଡ଼ ସ୍କର୍ଟ ଏବଂ ଅସାଧାରଣ ବ୍ଲାଉଜ ତାଙ୍କୁ ଲୋକପ୍ରିୟ କରିଥିଲା।

{"id":267577,"sizeSlug":"large"}

ତାଙ୍କର ମୋଟ ୨୨ଟି ସର୍ଜରି ହୋଇଥିଲା। ତାଙ୍କ ବହୁତ ଦାଗ ସେ ସ୍କର୍ଟ ତଳେ ଲୁଚାଇ ଦେଉଥିଲେ। ତାଙ୍କର ୩ଥର ଗର୍ଭପାତ ହୋଇଥିଲା।

{"id":267578,"sizeSlug":"large"}

ତାଙ୍କ ସ୍ବାମୀ ଏବଂ ସାନ ଭଉଣୀର ଆଫେୟାର ବିଷୟରେ ଜାଣିବାରୁ ସେ ଭାଙ୍ଗି ପଡ଼ିଥିଲେ। ଏହା ପରେ ସେ ତାଙ୍କ ସ୍ବାମୀଙ୍କଠୁ ଅଲଗା ହୋଇଯାଇଥିଲେ। କିନ୍ତୁ କିଛି ବର୍ଷ ପରେ ସେ ରୋଗରେ ପଡ଼ିବାରୁ ପୁଣି ଥରେ ତାଙ୍କ ସ୍ବାମୀ ତାଙ୍କୁ ବିବାହ କରିବେ ବୋଲି କହିଥିଲେ।

{"id":267579,"sizeSlug":"large"}

୧୯୫୪ମସିହା ଜୁଲାଇ ୧୩ତାରିଖରେ ସେ ଆଖି ବୁଜି ଦେଇଥିଲେ। ଲୋକେ କହୁଥିଲେ ଶେଷ ସମୟରେ ମଧ୍ୟ ହାତରେ ଥିବା ପ୍ଲାଷ୍ଟରରେ ହାତୀ,ମାଙ୍କଡ଼ କିମ୍ବା ଚଢ଼େଇର ଡ୍ରଇଂ କରୁଥିଲେ। ଏହା ତାଙ୍କ କଳା ପ୍ରତି ଥିବା ପ୍ରେମକୁ ଦର୍ଶାଉଥିଲା।

{"id":267580,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.