୨୩ ବର୍ଷ ତଳେ ଆଜିର ଦିନରେ ତେନ୍ଦୁଲକର ଖେଳିଥିଲେ ବିସ୍ଫୋରକ ଇନିଂସ, ଉଡ଼ି ଯାଇଥିଲା ଅଷ୍ଟ୍ରେଲିଆ ଦଳର ହୋଶ୍‌

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ, ୨୨/୦୪: କ୍ରିକେଟ୍‌ ଜଗତର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲ୍‌କର ୨୩ ବର୍ଷ ତଳେ ଆଜିର ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଏମିତି ଏକ ପାଳି ଖେଳିଥିଲେ ଯାହାକି କିମ୍ୱଦନ୍ତୀ କ୍ରିକେଟର ସେନ୍‌ ୱାର୍ଣ୍ଣଙ୍କ ହୋଶ୍‌ ଉଡ଼ାଇ ଦେଇଥିଲା । ୧୯୯୮ ମସିହାରେ ସାରଜାହର କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏକ ମରୁଭୂମି ଝଡ଼ ଆସିଥିଲା । ଏହି ଝଡ଼ରେ ସାରା ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ଉଡ଼ି ଯାଇଥିଲେ ।

ଗତ ୨୩ ବର୍ଷ ତଳେ ୟୁନାଇଟେଡ୍‌ ଏମିରେଟ୍‌ସର ସାରଜାହ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ, ଭାରତ ବିପକ୍ଷରେ ୨୮୪ ରନ୍‌ ସ୍କୋର କରିଥିଲା । ଭାରତୀୟ ଟିମ୍‌ ଏହି ସ୍କୋର୍‌ର ପିଛା କରୁଥିଲା । ହେଲେ ଏହି ସମୟରେ ଗ୍ରାଉଣ୍ଡ୍‌ରେ ଏକ ତୋଫାନ୍‌ ଆସିଥିଲା । ଯାହାକି ଅଷ୍ଟ୍ରେଲିଆର ରନ୍‌କୁ ଛୋଟ କରିଦେଇଥିଲା । କିନ୍ତୁ ତୋଫାନ୍‌ ଯେତେବେଳେ ଥମି ଥିଲା ସେତେବେଳେ ଉପସ୍ଥିତ ଥିବା ଦର୍ଶକ ସଚିନ୍‌ ସଚିନ୍‌ ନାମରେ ଆଉ ଏକ ଝଡ଼ ସୃଷ୍ଟି କରିଦେଇଥିଲେ । କାରଣ ଏହି ଝଡ଼ ସଚିନ୍‌ଙ୍କ ରୁପରେ ହିଁ ଆସିଥିଲା ।

୧୯୯୮ ମସିହାରେ ସାରଜାହରେ ଭାରତ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କୋକା-କୋଲା କପ୍‌ ଖେଳାଯାଇଥିଲା । ଏହି ତ୍ରିକୋଣିୟ ସିରିଜ୍‌ରେ ୨୨ ଏପ୍ରିଲ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଷଷ୍ଠ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ଖେଳି ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା । ଏହାର ଜବାବରେ ଭାରତକୁ ୪୬ ଓଭରରେ ୨୭୬ ରନ୍‌ର ଟାର୍ଗେଟ୍‌ ମିଳିଥିଲା ।

ଭାରତୀୟ ଟିମ୍‌ ୪୬ ଓଭରରେ ୫ ୱିକେଟ୍‌ ହରାଇ ୨୫୦ ରନ୍‌ କରିପାରିଥିଲା । କିନ୍ତୁ ଭାରତକୁ ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ୨୩୮ ରନ୍‌ର ଆବଶ୍ୟକତା ଥିଲା । ଯାହିକି ଭାରତ ପୂରଣ କରିସାରିଥିଲା ।  ଏହି ମ୍ୟାଚ୍‌ରେ ସଚିନ୍‌ ୯ଟି ଚୌକା ଏବଂ ୫ଟି ଛକା ସହ ୧୩୧ଟି ବଲ୍‌ ଖେଳି ୧୪୩ ରନ୍‌ର ବିଶାଳ ପାଳି ଖୋଳିଥିଲେ । ତାଙ୍କ ଆଗରେ ଅଷ୍ଟ୍ରେଲିଆର ବୋଲର୍‌ ଚିତ୍‌ପଟାଙ୍ଗ୍‌ ମାରିଥିଲେ । ଏହି ସିରିଜ୍‌ରେ ୨୪ ଏପ୍ରିଲ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଦିନ ସଚିନ୍‌ଙ୍କ ୨୫ତମ ଜନ୍ମଦିନ ଥିଲା ଏବଂ ସେ ମ୍ୟାଚ୍‌ରେ ୧୩୪ ରନ୍‌ର ପାଳି ଖେଳିଥିଲେ । ଯାହାଫଳରେ ଭାରତ ଟ୍ରଫି ଜିତି ନେଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.