ବୁଧବାରରେ ଏପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | January 21, 2020 IST


ମେଷ– ପର ଚର୍ଚ୍ଚାକରିପାରନ୍ତି । ସାମାନ୍ୟ ଦେହ ପୀଡା ଅନୁଭବକରିବେ ।ସ୍ୱାଭିମାନୀହେବେ । ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।ଶୁଭରଙ୍ଗ ୟେଲୋ ।ଶୁଭଅଙ୍କ ୭ ।


ବୃଷ– ପ୍ରୀତିଲାଭକରିବେ ।ସୁସମ୍ବାଦ ପାଇଖୁସିହେବେ ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।ଉପକାରୀବନ୍ଧୁମାନଙ୍କସାନ୍ନିଧ୍ୟ ମିଳିବ ।କାର୍ଯ୍ୟର ସଫଳରୂପାୟନ କରିବାରେ ସିଦ୍ଧହସ୍ତ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୬ ।


ମିଥୁନ - କୌଣସିକାରଣରୁ କ୍ରୋଧିତ ହୋଇପାରନ୍ତି ।ଲକ୍ଷ୍ୟହାସଲ କରିବାରେ ସକ୍ଷମହେବେ ।ବହୁଶୁଭ ଫଳରେ ଆଶାୟୀ ହୋଇପାରନ୍ତି । ଆର୍ଥିକ ସ୍ଥିତି ମଜଭୂତ ରହିବ । ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୨ ।


କର୍କଟ–ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢିବେ । ମନ ସ୍ଥିର କରି କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।


ସିଂହ –କୃଷି କାର୍ଯ୍ୟଲାଭ ଦେୟ ହେବ । ଯାନବାହନ ସୁଖମିଳିବ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତରହିବ ।ଭାଗ୍ୟଶାଳୀ ହୋଇପାରନ୍ତି । ବିଶ୍ୱାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୫ ।


କନ୍ୟା– ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।


ତୁଳା–ଆଳସ୍ୟ ପରାୟଣ ହୋଇପାରନ୍ତି ।କାର୍ଯ୍ୟ ବିଳମ୍ବିତ ହୋଇପାରେ । ବନ୍ଧୁଙ୍କ ଉପରେ ସନ୍ଦେହ ଆରୋପ କରିପାରନ୍ତି ।ଗୁଣବାନ୍‌ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୪ ।


ବିଛା–ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।ବନ୍ଧୁ କିମ୍ବା ସରକାରୀ ସାହାଯ୍ୟ ପାଇ ଲାଭବାନ୍‌ ହୋଇପାରନ୍ତି ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୩ ।


ଧନୁ – ଆଶାବାଦୀ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିବ ।ବିଭିନ୍ନ ଦିଗରୁ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । ଖର୍ଚ୍ଚାନ୍ତ ହେବେ ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୯ ।


ମକର– ଆୟ ପରିମାଣବୃଦ୍ଧି ପାଇବ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।ବ୍ୟବସାୟ ଲାଭଜନକ ହେବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟକରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି ।ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୪ ।


କୁମ୍ଭ -ପରିଶ୍ରମ ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।ସରକାରୀ ଅର୍ଥ ମିଳିପାରେ ।ଗୃହ ପରିବେଶ ଠିକ୍‌ରହିବ ।ଶୁଭ ରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୭ ।


ମୀନ - ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି ।କର୍ମକୁଶଳତା ପ୍ରକାଶ ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭୋଗବିଳାସରେ ସମୟ ଅତିବାହିତ କରିବେ ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.