Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତର ଏହି ସବୁ ମନ୍ଦିରରେ ସୂର୍ଯ୍ୟ ପରାଗରେ ବି ହେବ ଦେବନୀତି !

20/06/2020 at 5:30 PM

ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣରେ ସାଧାରଣତଃ ଦେବନୀତି ବନ୍ଦ ରହିଥାଏ।  ପରାଗ ଓ ଗ୍ରହଣ ସମୟକୁ  ଅଶୁଦ୍ଧକାଳ ବିଚାର କରାଯାଉଥିବାରୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ବି ହୋଇନଥାଏ। ଏଣୁ ଗ୍ରହଣ ଓ ପରାଗ ସୂତକ କାଳରେ ମନ୍ଦିରରେ ଦେବନୀତି ମଧ୍ୟ ବର୍ଜିତ ହୁଏ। ତେବେ ଭାରତରେ ଏପରି ବି ମନ୍ଦିର ଅଛି। ଯେଉଁଠି ଏଭଳି ସମୟରେ ଅନ୍ୟ ଦିନ ଭଳି ପୂଜା ଓ ଦେବନୀତି ନିୟମିତ ସମୟାନ୍ତରରେ ହୋଇଥାଏ।

ଏହି ପରି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର। ଏଠାରେ ଗ୍ରହଣ ଅଥବା ପରାଗର ସୂତକ ପାଳନ ହୁଏନି। ଏଣୁ ମନ୍ଦିରର କବାଟ ଭକ୍ତଙ୍କ ଲାଗି ଖୋଲା ରହିବା ସହ ପୂଜକ ନୀତିକାନ୍ତି ମଧ୍ୟ କରନ୍ତି। ତେବେ ଗ୍ରହଣ ଓ ପରାଗ ସଂକ୍ରମଣ କାଳରେ ଏଠାରେ ପୂଜକମାନେ ମିଳିତ ହୋଇ ମହାକାଳଙ୍କ ଜପ କରନ୍ତି। ଦେଶରେ ଥିବା ଜ୍ୟୋତିର୍ଲିଙ୍ଗ ଶିବଙ୍କ ମଧ୍ୟରେ ମହାକାଳେଶ୍ୱର ଅନ୍ୟତମ ଓ ପ୍ରମୁଖ ତେବେ ଏଠାରେ ଗ୍ରହଣ ଓ ପରାଗ ପାଳନ ହେଉନ ନଥିବା ବେଳେ ୨୧ ତାରିଖ ସୂର୍ଯ୍ୟ ପରାଗରେ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚନା ହେବ।

ସେହି ପରି ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ଥିବା ଶ୍ରୀ କାଳହସ୍ତି ମନ୍ଦିରରେ ମଧ୍ୟ ଗ୍ରହଣ ଓ ପରାଗ ବେଳେ ନିୟମିତ ଦେବନୀତି ଅନୁଷ୍ଠିତ ହୋଇଥାଏ। ଏଠାରେ ରାହୁ ଓ କେତୁଙ୍କ ପୂଜାର୍ଚ୍ଚନା ହୁଏ। ଏଣୁ ପରାଗ ଓ ଗ୍ରହଣ ସହ ମନ୍ଦିରର ଦେବନୀତି ଉପରେ ପ୍ରଭାବ ପଡି ନଥାଏ। ହିନ୍ଦୁ ଧାର୍ମିକ ମତ ଅନୁସାରେ ରାହୁ ଓ କେତୁଙ୍କ ଯୋଗୁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଭଳି ମହାଜାଗତିକ ଘଟଣା ଘଟେ। ଏଣୁ ୨୧ ଜୁନ ପରାଗରେ ବି ଏଠାରେ ପୂଜାର୍ଚ୍ଚନା ହେବ।

   Related Posts