Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଜୁନ୍ ୨୧ରେ ଆପଣଙ୍କ ଛାଇ ବି ଦେବନି ଆପଣଙ୍କ ସାଥ, ବର୍ଷର ସବୁଠୁ ଦୀର୍ଘତମ ଦିନ

19/06/2020 at 4:57 PM

ନୂଆଦିଲ୍ଲୀ ୧୯।୬:  କୁହାଯାଏ ନିଜର ଛାଇ କେବେ ମଣିଷର ସାଥି ଛାଡେନା। ତେବେ ୨୧ଜୁନ ରବିବାର ଏପରି ଏକ ଦିନ ହେବ ଯେଉଁଦିନ ଆପଣ ଚାହିଁଲେ ବି ନିଜର ଛାଇ ଦେଖି ପାରିବେନି। ଦିନର ଏପରି କିଛି ସମୟ ରହିବ ଯେତେବେଳେ ଆପଣଙ୍କୁ  ନିଜ ଛାଇ ଦେଖାଯିବନି। ଏହାର କାରଣ ଚଳିତବର୍ଷ ଏହି ଦିନଟି ହେଉଛି ଗ୍ରୀଷ୍ମ ଅୟନାନ୍ତ ଅର୍ଥାତ ସମର ସୋଲେଷ୍ଟାଇସ୍‌ । ରବିବାର ହେବ ବର୍ଷର ସବୁଠାରୁ ଦୀର୍ଘତମ ଦିନ ।

ସୂର୍ଯ୍ୟଙ୍କୁ ପୃଥିବୀ ନିଜ ଅକ୍ଷ ଉପରେ ୨୩.୪୪ ଡିଗ୍ରି ଢଳେଇ ହୋଇ ପରିକ୍ରମା କରିଥାନ୍ତି। ଏଣୁ ସବୁ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ସମାନ ପଡି ନଥାଏ ଓ ଦିନ ଏବଂ ରାତିର ସମୟରେ ଅନ୍ତର ହୋଇଥାଏ। ଜୁନ ୨୧ ତାରିଖ ଦିନ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରୁ କର୍କଟ ରେଖାକୁ ଆସନ୍ତି। ଏଣୁ ପୃଥିବୀ ଉପରେ ସୂର୍ଯ୍ୟଙ୍କ କିରଣ ଲମ୍ବବତ୍ ପଡିଥାଏ। ଏଥିଲାଗି ପୃଥିବୀ ଉପରେ ବେଶି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ପଡିଥାଏ। ମଧ୍ୟାହ୍ନରେ ସୂର୍ଯ୍ୟ ସିଧା ମୁଣ୍ଡ ଉପରକୁ ଉଠନ୍ତି। ଏଥିପାଇଁ ଦିନର ଅବଧି ଅଧିକ ହୋଇଥାଏ।

ଏହି ଦିନ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ୧୫ରୁ ୧୬ ଘଣ୍ଟା ପଡିଥାଏ। ତେବେ ଦକ୍ଷିଣ ଗୋଲାର୍ଦ୍ଧରେ ଠିକ୍ ଏହାର ବିପରୀତ ହୋଇଥାଏ। ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଲୋକଙ୍କ ଲାଗି ଏହି ଦିନରୁ  ଗ୍ରୀଷ୍ମ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁର ଆଗମନ ହୁଏ। ଜୁନ ୨୧ ତାରିଖ ଦୀର୍ଘତମ ଦିନ ହୋଇଥିବାରୁ ଏହି ଦିନରେ ଭାରତର ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗଦିବସ ଆରମ୍ଭ କରିଥିଲେ। ଅନେକ ଦେଶରେ ଏହି ଦିନକୁ ଉତ୍ସବ ରୂପେ ମଧ୍ୟ ପାଳନ କରନ୍ତି। ପ୍ରାୟ ସ୍ଥାନରେ ସୂର୍ଯ୍ୟଙ୍କର ପୂଜା ହୁଏ।

   Related Posts