ରାଜ୍ୟ ସଂଗ୍ରହାଳୟକୁ ଗଲା ଏକୋଇଶ ଶହ ବର୍ଷ ତଳର ମୁଦ୍ରା
7/08/2019 at 5:15 PM

ଭଦ୍ରକ ୭|୮: ରାଜ୍ୟ ସଂଗ୍ରହାଳୟକୁ ଏକୋଇଶ ଶହ ବର୍ଷ ତଳର ପୁରୁଣା ମୁଦ୍ରା ଗଲା । ଭଦ୍ରକ ଜିଲ୍ଲା କୋଷାଗାରରେ ଥିବା ଏମିତି କିଛି ପୁରୁଣା ମୁଦ୍ରାକୁ ଆଜି ନେଇଯାଇଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ଓ ରାଜ୍ୟ ସଂଗ୍ରହାଳୟର ସୁପରିଣ୍ଟେଣ୍ଡଣ୍ଟ ଜୟନ୍ତି ରଥ ।

ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ମୁଦ୍ରା ହସ୍ତାନ୍ତର କରାଗଲା । ୧୯୯୩ ମସିହାରେ ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳସାହି ଆର୍ ଆନ୍ ହାଇସ୍କୁଲ ପରିସରରେ ଗଛ ଲଗାଇବା ବେଳେ ମାଟି ତଳୁ ଉଦ୍ଧାର ହୋଇଥିଲା ଏହି ସବୁ ମୁଦ୍ରା, ଆଉ ସେହି ଦିନଠାରୁ ଏହି ମୁଦ୍ରା ଭଦ୍ରକ କୋଷାଗାରରେ ସାଇତା ହୋଇ ରହିଥିଲା ।
Related Posts
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021