ବଢୁଛି କରୋନା ଗ୍ରାଫ : ଗୋଟିଏ ଦିନରେ ୨୧୫ ସଂକ୍ରମିତ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ
8/07/2020 at 12:58 PM

ବ୍ରହ୍ମପୁର ୦୮।୦୭: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅଣାୟତ୍ତ ହୋଇଚାଲିଛି କରୋନା । ପ୍ରତିଦିନ ଜିଲ୍ଲାର ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି ଜିଲ୍ଲାରୁ ପୁଣି ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ୨୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୩୬ ବୃଦ୍ଧି ପାଇଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଜି ୧୨ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ମୋଟ ଭାବେ ୪୪ ଜଣ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ସେହିପରି ଗତକାଲି ଚିହ୍ନଟ ହୋଇଥିବା ୨୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ କରୋନା ଯୋଦ୍ଧା ଏବଂ ୨୩୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଟୁଇଟ୍ ମାଧ୍ୟାମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।