ହଠାତ୍ ଜଙ୍ଗଲରେ ଲାଗିଲା ନିଆଁ: ୨୧ ବର୍ଷ ବୟସ୍କ ଯୁବକ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | November 02, 2020 IST

ଶିମଲା ୦୨/୧୧ : ହିମାଚଳ ପ୍ରଦେଶ ଶିମଲା ଜିଲ୍ଲା ଠିୟୋଗରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଛି। ଠିୟୋଗ ସନ୍ଧୁ ଅଞ୍ଚଳରେ ଗ୍ୟୌଣ ଜଙ୍ଗଲରେ ନିଆଁ ଲାଗିବାରୁ ଏହି ଯୁବକଙ୍କ ମୃତ୍ୟୁ ହୋଇଛି। ହରୋଲିରେ ରହୁଥିବା ଜପନ ଚୌଧୁରୀ ଠିୟୋଗ କୋଠା କାମ କରୁଥିଲେ। ଶନିବାର ଦିନ ଠିୟୋଗ ସିମବର୍ତ୍ତଟି ଅଞ୍ଚଳରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଆଖପାଖ ଅଞ୍ଚଳ ଯାଏଁ ବ୍ୟାପି ଯାଇଥିଲା। ଯେଉଁଠାରେ ନିଆଁ ଲାଗିଥିଲା ଜପନ ସେଠାକୁ ଶୌଚ ପାଇଁ ଯାଇଥିଲେ। ଏତିକିବେଳେ ସେ ନିଆଁ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା। ନିଆଁ ଲିଭାଇବା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା।

ଡିଏସପି କୁଳବିନ୍ଦ୍ର ସିଂହ କହିଛନ୍ତି ଯେ ଘଟଣାକୁ ନେଇ ମାମଲା ରୁଜ୍ଜୁ କରାଯାଇଛି। ମୃତକଙ୍କ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ବ୍ୟବଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପୋଲିସ ମାମଲାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.