Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାରଗିଲ ବିଜୟକୁ ୨୧ ବର୍ଷ : ଲଢୁଆ ଯବାନଙ୍କ ବୀରତ୍ୱ, ବଳିଦାନ ଓ ତ୍ୟାଗକୁ ମନେପକାଉଛି ସାରା ଦେଶ

26/07/2020 at 8:58 AM

ନୂଆଦିଲ୍ଲୀ ୨୬।୦୭:  ବାହାଦୂର ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୧ ବର୍ଷ ତଳେ  ଧୋକା ଦେଇଥିବା ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । ପୁଣି ଥରେ କାର୍‌ଗିଲ୍‌ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । ସେଦିନର ସେହି ବିଜୟକୁ ମନେ ପକାଇ ଦେଶ ଆଜି ପାଳନ କରୁଛି କାର୍‌ଗିଲ୍‌ ବିଜୟ ଦିବସ ।

କାରଗିଲ ପାହାଡ ଉପରେ ଉଡୁଥିବା ତ୍ରିରଙ୍ଗା, ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ସେ କାହାଣୀ ଯାହା ଆଜି ବି ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ଗର୍ବ କରିବାର ସୁଯୋଗ ଦେଉଛି। ୨୧ବର୍ଷ ତଳର ସେ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଚେହେରାରେ ଚମକ ଭରୁଛି । ଯଦିଓ କାରଗିଲର ଦ୍ରାସ ସେକ୍ଟରରେ କରୋନା ପାଇଁ ସେଭଳି ବିରାଟ ଆୟୋଜନ ନାହିଁ, ତଥାପି ଭାରତମାତାର ପଦବନ୍ଦନାରେ କମ୍ପୁଛି ହିମାଳୟ । ଭାରତୀୟ ସେନା ମଧ୍ୟ ଟ୍ବିଟର ହ୍ୟାଣ୍ଡେଲରେ ସେଦିନର କାହାଣୀ ବର୍ଣ୍ଣନା କରିଛି ।

ଆଜି ଠାରୁ ଠିକ୍ ୨୧ ବର୍ଷ ତଳେ ଅର୍ଥାତ୍ ଆଜିର ଦିନରେ ଭାରତୀୟ ଯବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ  ଅପରେସନ ବିଜୟର ଶଙ୍ଗନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭  ଯବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା । ସାରାବିଶ୍ୱ ଆଗରେ ପାକିସ୍ତାନର ଦୋମୁହାଁ ନୀତିକୁ ଭାରତ ରଖିଥିଲା ।

ଏହି ଅବସରରେ ଆଜି ଦେଶବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ଦେଶବ୍ୟାପୀ କୁଇଜ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଖୋଦ୍ ମନ୍ତ୍ରୀ ଏନେଇ ଟ୍ବିଟରରେ ସୂଚନା ଦେଇଛନ୍ତି । ଆସନ୍ତାକାଲି ଯାଏ ଏହି କାର୍ଯ୍ୟକ୍ରମ ଚାଲିବ ।

   Related Posts