୨୧ ବର୍ଷ ବୟସରେ ଆରମ୍ଭ କରିଥିଲେ ବ୍ୟବସାୟ , ୬ ବର୍ଷ ପରେ ୧ ବିଲିୟନରୁ ଅଧିକ ରହିଛି ସମ୍ପତ୍ତି

Published By : Prameya-News7 Bureau | November 28, 2021 IST

ନୂଆଦିଲ୍ଳୀ ୨୮।୧୧ : ସାଧାରଣତଃ ସମସ୍ତେ ରାତାରାତୀ ଧନୀ ହେବାର ସ୍ୱପ୍ନ ଦେଖନ୍ତି । ହେଲେ ଅନେକ ପରିଶ୍ରମ ପରେ ଧୀରେ ଧୀରେ ସମୟ ଅନୁସାରେ ସେହି ପରିଚୟ ବଢିବା ସହ ଧନୀ ହୋଇଥାନ୍ତି । ହେଲେ ଜଣ ଜଣଙ୍କର ଭଗ୍ୟ ଏମିତି ହୋଇଥାଏ । ସେମାନେ ଅଳ୍ପ ଦିନରେ ଧନୀ ହୋଇଥାନ୍ତି । ଏହି ପରି ବ୍ରିଟେନର ଜଣେ ମହିଳା ସୋସିଆଲ ମିଡିଆରେ ନିଜର ସଫଳତାର କାହାଣୀ ସେୟାର କରିଥିଲେ । ସେ କିପରି ଧନୀ ହେଲେ ତାହା କହିଥିଲେ । ସେ କହିଥିଲେ ଯେ ସେ ୨୧ ବର୍ଷ ବୟସରେ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟ ଆରମ୍ଭ କରିବାର ୬ ବର୍ଷ ପରେ, ତାଙ୍କର ୧୨ ମିଲିୟନ୍ ୟୁରୋରୁ ଅଧିକ ସମ୍ପତ୍ତି ଅଛି ତଥା ୧ ବିଲିୟନରୁ ଅଧିକ ସମ୍ପତ୍ତି ରହିଛି ।

ରିପୋର୍ଟ ଅନୁଯାୟୀ, ଟିକଟୋକରେ ଲିଣ୍ଡାଫାଇନାନ୍ସ ଭାବରେ ବେଶ୍ ଜଣାଶୁଣା । ସେ ଟିକଟୋକରେ ଭିଡିଓ ପ୍ରସ୍ତୁତ କରି ବ୍ରିଟେନର ଲୋକଙ୍କୁ ଉତ୍ସାହିତ କରନ୍ତି ଏବଂ ଲୋକଙ୍କୁ ପଇସା ଇନ୍‌ଭେଷ୍ଟ କରିବାର ଟିପ୍ସ ଦିଅନ୍ତି । ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସରୁ ଅନେକ ଲୋକ ବହୁତ ଉପକୃତ ହୋଇଛନ୍ତି । ଏକ ପୋଷ୍ଟରେ ତାଙ୍କର ସଫଳତାକୁ ନେଇ ସେ କହିଥିଲେ, ୨୧ ବର୍ଷ ବୟସରେ ଛୋଟ ସ୍ତରରୁ ବ୍ୟବସାୟ ଆରମ୍ଭ କରି ଏବଂ ବର୍ତ୍ତମାନ  ୨୭ ବର୍ଷ ବୟସରେ ପହଞ୍ଚିଛି ଏବଂ ବର୍ତ୍ତମାନ ସମ୍ପତ୍ତି ୧ ବିଲିୟନ ଟଙ୍କାରୁ ଅଧିକ ଅଟେ। ସୋସିଆଲ ମିଡିଆ ସାଇଟ ଟିକ୍‌ଟକ୍‌ରେ ଏହି ଭିଡିଓ ସେୟାର କରିଥିବା ଲିଣ୍ଡା ନାମକ ଜଣେ ମହିଳା କହିଥିଲେ ଯେ ଯେତେବେଳେ ସେ ବ୍ୟବସାୟ କରିବା ଆରମ୍ଭ କଲେ ସେତେବେଳେ ତାଙ୍କର ସମ୍ପତ୍ତି ମୋଟ୍‌ ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ଥିଲା। ଏହା ପରେ ସେ ଅନେକ ସ୍ଥାନରେ ଟଙ୍କା ବିନିଯୋଗ କରି ଚାକିରି କରିଥିଲେ । କିନ୍ତୁ ମାତ୍ର ଛଅ ବର୍ଷ ପରେ, ତାଙ୍କର ସମ୍ପତ୍ତି ୧ ବିଲିୟନରୁ ଅଧିକ ହୋଇଥିଲା ।

ଅନ୍ୟପଟେ ଲିଣ୍ଡା କହିଛନ୍ତି ଯେ ବ୍ୟବସାୟରେ ସବୁଠାରୁ ବଡ ବଡ କଥା ହେଉଛି ଯଦି ଇନ୍‌ଭେଷ୍ଟଟ କରୁଥିବା ପଇସା ବିଷୟରେ ଠିକ୍‌ ଭାବେରେ ଯଦି ନବୁଝିବା ତାହାଲେ କ୍ଷତି ହେବ। ସେହିଭଳି ଏକ ଭଲ ପୋର୍ଟଫୋଲିଓ ନିର୍ମାଣ ପାଇଁ ବଜାର ନବୁଝିବା କଷ୍ଟକର ହୋଇପାରେ । ସେ କହିଛନ୍ତି ଯେ ଅନ୍ୟ କୌଣସି ଜିନିଷରେ ବିନିଯୋଗ କରିବା ପୂର୍ବରୁ ନିଜର ଜ୍ଞାନ ବଢାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.