ଗର୍ଲଫ୍ରେଣ୍ଡ ମୁସ୍କାନଙ୍କୁ ଖୁବ୍ ଶୀଘ୍ର ବିବାହ କରୁଛନ୍ତି ୨୦ବର୍ଷ ବୟସ୍କ ଫୈଜଲ୍ ଖାନ୍

Published By : Prameya-News7 Bureau | March 09, 2019 IST

ମୁମ୍ବାଇ ୯/୩: ଟିଭି ଶୋ ମହାରାଣାପ୍ରତାପର ଫେମ୍ ଅଭିନେତା ଫୈଜଲ ଖାନ୍ ୨୦୧ର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି। ଫୈଜଲ୍ ନିଜ ଗର୍ଲଫ୍ରେଣ୍ଡ ମୁସ୍କାନ କଟାରିଆଙ୍କୁ ବିବାହ କରିବେକୁ ମନ ବଳାଇଛନ୍ତି। ମୁସ୍କାନ ଜଣେ ମଡେଲ୍। ଯୋଧପୁରରେ ଏକ ଫ୍ୟାସନ୍ ଶୋ ଚାଲିଥିବାବେଳେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏକ ସାକ୍ଷାତକାରରେ ଯେତେବେଳେ ଫୈଜଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ୨୦ବର୍ଷ ବୟସରେ କାହିଁକି ବିବାହ କରୁଛନ୍ତି ତାଙ୍କ ଉତ୍ତର ଥିଲା-‘‘ ମୋତେ ଲାଗେ ନାହିଁ ଭଲ ପାଇବାର କୈାଣସି ବୟସ ରହିଛି। ଯଦି ଆପଣ ପରସ୍ପରକୁ ବୁଝୁଛନ୍ତି ତେବେ ବୟସର କୈାଣସି ପ୍ରାଧାନ୍ୟ ନଥାଏ।’’

{"id":91854,"width":594,"height":333}

ମୁସ୍କାନଙ୍କ ସହ ପ୍ରଥମ ଦେଖା ବିଷୟରେ ଫୈଜଲ କହିଛନ୍ତି-‘ଏକ ଫ୍ୟାସନ୍ ଶୋରେ ମୁଁ ମୁସ୍କାନଙ୍କୁ ଭେଟିଥିଲି। ସେ ଫୋନର ଚାର୍ଜର ଖୋଜୁଥିଲେ,ସେତେବେଳେ ମୁଁ ତାଙ୍କୁ ମୋ ଚାର୍ଜର ଦେଇଥିଲି। ଯେତେବେଳେ ଆମେ ଭେଟିଥିଲୁ ସେ ଜାଣିନଥିଲି ମୁଁ କିଏ। ତୃତୀୟ ଥର ସାକ୍ଷାତକାରରେ ମୋତେ ଲାଗିଥିଲା ଯେ ଆମ ଭିତରେ ଅଲଗା କେମିଷ୍ଟ୍ରି ରହିଛି। ମୁସ୍କାନ ଦେଖାଣିଆରେ ବିଶ୍ବାସ କରନ୍ତି ନାହିଁ। ଏବଂ ତାଙ୍କର ଏହି ଗୁଣ ମୋତେ ପସନ୍ଦ।’

{"id":91855,"width":592,"height":444}

ଫୈଜଲ୍ ରିୟଲିଟି ଶୋ ଡ୍ୟାନସ୍ ଇଣ୍ଡିଆ ଡ୍ୟାନ୍ସ  ଲିଟିଲ୍ ଚ୍ୟାମ୍ପ ୨ ଜରିଆରେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ। ଫୈଜଲ ଖାନଙ୍କ ବାପା ପେଶାରେ ଜଣେ ଅଟୋ ଡ୍ରାଇଭର ଥିଲେ। ତାଙ୍କ ଡ୍ୟାନସ୍ ପ୍ରତି ଥିବା ଆଗ୍ରହ ତାଙ୍କୁ ଏହି ଶୋର ବିଜେତା କରିଥିଲା। ଏହା ପରେ ତାଙ୍କୁ ଅନେକ ଡ୍ୟାନସ୍ ଶୋ ଏବଂ ଟିଭି ଶୋ ପାଇଁ ଅଫର ମିଳିଥିଲା। ଆଜି ସେ ଅଭିନୟ ସହ ଦେଶ ବିଦେଶରେ ଡ୍ୟାନସ୍ ପରଫରମନ୍ସ କରୁଛନ୍ତି।  

{"id":91856,"width":590,"height":691}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.