ପ୍ରାୟ ୨୧ ହଜାର ସଂକ୍ରମିତ କରୋନାକୁ ଦେଲେ ମାତ୍, ଏବେ ରହିଛି ୪୪ ହଜାର ସକ୍ରିୟ କେସ୍

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୦୫: ଦେଶରେ ଗତ ୨୪ ଘଣ୍ଟାରେ ନୂତନ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ୧୫୫୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସଂକ୍ରମିତ  ସଂଖ୍ୟା ମୋଟ୍ ୬୭,୧୫୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି, ଦେଶରେ ଏ ପର୍ଯ୍ୟନ୍ତ ୨୦,୯୧୭ ସଂକ୍ରମିତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ୪୪,୦୨୯ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ଏବେ ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ହାର ୩୧.୧୫ ପ୍ରତିଶତ ରହିଛି।

wp:core-embed/twitter {"url":"https://twitter.com/ANI/status/1259798312464441347?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259798312464441347\u0026ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-update-till-11-may-709961","type":"rich","providerNameSlug":"twitter","className":""}
https://twitter.com/ANI/status/1259798312464441347?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259798312464441347&ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-update-till-11-may-709961
/wp:core-embed/twitter

ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି, ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି , ଏହା ସୁନିଶ୍ଚିତ କରାଯାଉ ଯେମିତି କୌଣସି ବି ସ୍ଥିତିରେ ପ୍ରବାସୀ ଶ୍ରମ  ଜୀବୀ ସଡକ ଓ ରେଳ ଧାରଣାର ସାହାରା ନ ନିଅନ୍ତୁ। ଯଦି ଶ୍ରମ ଜୀବୀ ଏମାନେ ଏମିତି କରୁଥିବା ଦେଖିବାକୁ ମିଳେ ତେବେ ସେମାନଙ୍କ ଲାଗି ବସ୍ କିମ୍ବା ଟ୍ରେନ୍ ବ୍ୟବସ୍ଥା କରାଯାଉ।

ସେ କହିଛନ୍ତି, ପ୍ରବାସୀ ଶ୍ରମ ଜୀବୀଙ୍କ ଲାଗି ଚଲାଯାଉଥିବା ସ୍ଵତନ୍ତ୍ର ଟ୍ରେନ୍‌ ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ତାଙ୍କ ରାଜ୍ୟ ପହଞ୍ଚାଯାଇଛି। ଅଦ୍ୟାବଧି ୪୬୮ ସ୍ଵତନ୍ତ୍ର ଟ୍ରେନ୍ ଚଲାଯାଇଛି। ଏଥିରୁ ଗତକାଲି ମେ ୧୦ ତାରିଖରେ ୧୦୧ ଟ୍ରେନ୍ ଚଳାଚଳ କରିଥିଲା। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର  ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ହସ୍ପିଟାଲରୁ ଡିସଚାର୍ଜ ନୀତିକୁ ବଦଳା ଯାଇଛି। କାରଣ ଅନେକ ଦେଶ ନିଜର ନୀତିରେ ଟେଷ୍ଟ-ଆଧାରିତ ରଣନୀତି  ଓ ସମୟ ଆଧାରିତ ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଆମେ ମଧ୍ୟ ଏହି ଆଧାରରେ ଡିସଚାର୍ଜ ନିୟମରେ ପରିବର୍ତ୍ତନ କରିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.