ଉପକାରାଗାରରୁ ୨୧ ବିଚାରାଧୀନ କଏଦୀ କରୋନା ସଂକ୍ରମିତ, ଆଇସୋଲେସନରେ ସମସ୍ତେ

Published By : Prameya-News7 Bureau | May 10, 2021 IST

ଉଦଳା ୧୦।୦୫: ଜେଲ୍‌ରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଏହିପରିପେକ୍ଷୀରେ ଉଦଳା ଉପକାରାଗାରରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ।

ଖବର ଅନୁଯାୟୀ, ଉଦଳା ଉପକାରାଗାରରୁ ୭୬ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ସେମାନଙ୍କୁ ଆଇସୋଲସନରେ ରଖାଯାଇଛି । ଏହି ସମୟରେ ଜେଲ୍‌କୁ ପୁରା ସାନିଟାଇଜ୍‌ କରାଯାଇଛି । ଏକ ଡାକ୍ତରୀ ଦଳ ଲଗାତର ଭାବେ ସେମାନଙ୍କୁ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।  ସେପଟେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଏଦୀ ଓ ଜେଲ୍‌ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ଉଦଳା ସବ୍‌ଜେଲର ଧନେଶ୍ୱର ସାହୁ ସୂଚନା ଦେଇଛନ୍ତି ।

ସେହିପରି କିଛି ଦିନ ତଳେ ସାଲେପୁର ଉପକାରାଗାରରେ ମଧ୍ୟ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ସମସ୍ତଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ନଜର ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.