ପୁଣି ଇଭିଏମ ଫିକ୍ସିଙ୍ଗ ଅଭିଯୋଗ : ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ୨୧ ବିରୋଧୀ ଦଳ

Published By : Prameya-News7 Bureau | April 14, 2019 IST

ନୂଆଦିଲ୍ଲୀ ୧୪/୪ : ଇଭିଏମର ବୈଧତା ଉପରେ ପୁଣି ଉଠିଲା ପ୍ରଶ୍ନ । ୨୦୧୯ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଆଜି ଇଭିଏମ୍‌ର ବୈଧତା ଓ ବିଶ୍ବସନିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଦେଶର ପ୍ରମୁଖ ୨୧ଟି ରାଜନୈତିକ ଦଳ। ଗଣତନ୍ତ୍ରର ସୁରକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେବେ ବୋଲି କହିଛନ୍ତି । ଇଭିଏମ ସହିତ ଅତି  କମରେ ୫୦ ପ୍ରତିଶତ ଭିଭିପାଟର ପେପର ଟାଏଲକୁ ମେଳ କରିବାକୁ ସେମାନେ ଦାବି କରିଛନ୍ତି ।

{"id":103497}

ଇଭିଏମ୍‌ ନୁହେଁ ବାଲଟ୍ ଦରକାର। ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବି ଇଭିଏମକୁ ନେଇ ବିବାଦ ଥମୁନି ।  ପୁଣି ଇଭିଏମ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବା ଲାଗି ତୟାର ହେଉଛନ୍ତି ୨୧ ବିରୋଧୀ ଦଲ । ଇଭିଏମ ସହ ୫୦ପ୍ରତିଶତ ଭିଭିପାଟର ପେପର ଟ୍ରାୟଲର ମେଳ କରାଯାଉ । Xକୁଭୋଟ ଦେଲେ Yକୁ ଯାଉଛି ।

{"id":103498}

ପେପର ଟ୍ରାଏଲ୍‌ ୭ ସେକେଣ୍ଡ ବଦଳରେ ମାତ୍ର ୩ ସେକେଣ୍ଡ ରହୁଛି। ଅଧିକାଂଶ ସ୍ଥାନେର ଇଭିଏମ କାମ କରୁନି। ଇଭିଏମରେ ଭୋଟ ଫିକ୍ସିଂ କରାଯାଇଛି । ନିର୍ବାଚନ କମିଶନ ବିଜେପିର ହାତବାରିସି ହୋଇଛନ୍ତି।   ଏଭଳି କେତେକଣ ଅଭିଯୋଗ ଆଣି ଏକାଠି ହୋଇଥିଲେ ବିରୋଧୀ ଦଳ। ଯାହାର ନେତୃତ୍ବ ନେଇଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।

{"id":103499}

ଅନଲାଇନ୍‌ ତାଲିକାରୁ ଲକ୍ଷାଧିକ ଭୋଟରଙ୍କ ନାଁକୁ ସଂଶୋଧନ କରାନଯାଇ କଟାଯାଇଥିବା ଅଭିଯୋଗ କରିଛି ଆପ୍‌। । ଆଗାମୀଦିନରେ ସେମାନେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦୁଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି

{"id":103500}

ବିରୋଧୀଙ୍କ ନିସାନା ବିଜେପି ଆଡକୁ। ଇଭିଏମରେ କୁଆଡ଼େ ଫିକ୍ସିଂ କରାଯାଇଛି, ନିର୍ବାଚନ କମିଶନ ବିଜେପି କଥାରେ କାମ କରୁଛନ୍ତି  ଏମିତି କହି ବିଜେପି ଆଡକୁ ଆକ୍ଷେପ କରିଛନ୍ତି ବିରୋଧୀ। ସେପଟେ ବିଜେପି କହିଛି ଏସବୁ ହାରିବାର ପୂର୍ବାଭାଷ। ବିଶେଷ କରି ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ହାରୁଥିବାରୁ ବାହାନା ଖୋଜିବାକୁ ସେ ଦିଲ୍ଲୀ ଆସିଛନ୍ତି ବୋଲି ବିଜେପି କହିଛି।

{"id":103501}

ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର ୫ଟି ପୋଲିଂ ବୁଥର ଇଭିଏମ୍‌ ସହ ଭିଭିପାଟ୍‌ ଗୁଡିକର ମେଳ କରିବାକୁ ଗତ ସୋମବାର ସୁପ୍ରମକୋର୍ଟ ନିର୍ବାଚନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ବାରା ରାଜନୈତିକ ଦଳ ମାନଙ୍କ ଭରସା ଓ ଦେଶର ନିର୍ବାଚନ ବ୍ୟବସ୍ଥାରେ ସ୍ବଚ୍ଛତା ଆସିପାରିବ ବୋଲି ସୁପ୍ରିମ କୋର୍ଟ କହିଥିଲେ ।

{"id":103502}

ଏହା ସତ୍ତ୍ବେ ବି ବିରୋଧୀଙ୍କର କିନ୍ତୁ ମନ ବୁଝୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.